ଜିଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ପ୍ରତିଯୋଗିତା
ବାଲେଶ୍ୱର, (ସରୋଜ ପଣ୍ଡା) : ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି-୨୦୨୧ ପ୍ରତିଯୋଗିତା ସ୍ଥାନୀୟ ଗାନ୍ଧୀ ସ୍ୃତି ଭବନଠାରେ ରବିବାର ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ଏହାକୁୁ ଉଦଘାଟନ ସହ ଏଥିରେ ଅଂଶଗ୍ରହଣ କରିଥିବା ଦଳଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର, ଜିଲ୍ଲା କଳାସଂସ୍କୃତି ସଂଘ ଉପ-ସଭାପତି ଚକ୍ରଧର ମହାପାତ୍ର, ଜିଲ୍ଲା ସଂସ୍କୃତି ଅଧିକାରୀଅନନ୍ତ ପ୍ରସାଦ ସେଠୀ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦୀପକ ସାହୁଙ୍କ ସମେତ ଅନ୍ୟାନ୍ୟ ବିଭାଗର ଅଧିକାରୀ ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି କଳାକାରମାନଙ୍କୁ ଉତ୍ସାହିତ କରିଥିଲେ । ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା କଳାକାରବୃନ୍ଦ ଏହି ପ୍ରତିଯୋଗିତାରେ ସାମିଲ ହୋଇ ସେମାନଙ୍କର କଳା ନୈପୁଣ୍ୟତା ପ୍ରଦର୍ଶନ କରିଥିଲେ । ପ୍ରତିଯୋଗିତାରେ ବାଲେଶ୍ୱର ପୌରାଞ୍ଚଳର ଗୁରୁ ହରେକୃଷ୍ଣ ବେହେରା କଳାସଂସ୍କୃତି ସଂଘ, ବାଲିଆପାଳ ବ୍ଲକର ଶ୍ରୀ ଗୋପାଳ ଜୀଉ ସଂକୀର୍ତ୍ତନ ମଣ୍ଡଳୀ, ବାଲେଶ୍ୱର ସଦର ବ୍ଲକର ମା ବାସନ୍ତୀ ଚଢ଼େଇଆ ନାଟ, ଖଇରା ବ୍ଲକର ଶ୍ରୀକ୍ଷେତ୍ର ବାସିନୀ ମା ମହାଲକ୍ଷ୍ମୀ ମହିଳା ସଂକୀର୍ତ୍ତନ ମଣ୍ଡଳୀ, ଜଳେଶ୍ୱର ବ୍ଲକର ଏକାନ୍ନବର୍ତ୍ତୀ ପାଲା ପରିଷଦ, ରେମୁଣା ବ୍ଲକର ମା ଭଗବତୀ ଚଢ଼େଇଆ ନାଟ, ଭୋଗରାଇ ବ୍ଲକର ଶ୍ରୀ ଜଗନ୍ନାଥ ସଂକୀର୍ତ୍ତନ ସଂଘ, ବସ୍ତା ବ୍ଲକର ଗୌର ନିତାଇ ସଂକୀର୍ତ୍ତନ ମଣ୍ଡଳୀ, ଔପଦା ବ୍ଲକର ପୁରୁଷୋତ୍ତମ ସଂକୀର୍ତ୍ତନ ମଣ୍ଡଳୀ, ସିମୁଳିଆ ବ୍ଲକରୁ ଦଶଭୂଜା ଆରାଧନା ଗ୍ରୁପ, ସୋର ବ୍ଲକରୁ ସର୍ବମଙ୍ଗଳା ଘୋଡ଼ାନାଚ ପରିଷଦ, ବାହାନଗା ବ୍ଲକରୁ ମା ସିନ୍ଦୁରଗୁଣ୍ଡୀ ଢଣକୋଇଲା ଗୋଷ୍ଠୀ, ବସ୍ତା ବ୍ଲକରୁ ବେଳାଶୁଣୀ ସଂକୀର୍ତ୍ତନ ମଣ୍ଡଳୀ ଏବଂ ‘ମା ବାସନ୍ତୀ ମ୍ୟାଜିକ ସେ ଦଳର କଳାକାରମାନେ ବିଭିନ୍ନ ଲୋକକଳା ଉପରେ ଆଧାରିତ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ବିଚାରକ ଭାବେ ହେମେନ୍ଦ୍ର ମହାପାତ୍ର, ମହେନ୍ଦ୍ରନାଥ ମହାପାତ୍ର ଓ ଚକ୍ରଧର ମହାପାତ୍ର ଦାୟିତ୍ୱ ତୁଲାଇଥିଲେ । ପ୍ରତିଯୋଗିତା ଶେଷରେ ତିନୋଟି ସର୍ବଶ୍ରେଷ୍ଠ ଲୋକକଳା ଦଳ ଭାବେ ରେମୁଣା ବ୍ଲକର ମା ଭଗବତୀ ଚଢ଼େଇଆ ନାଟ,ସୋ ର ବ୍ଲକର ସର୍ବମଙ୍ଗଳା ଘୋଡ଼ାନାଚ ପରିଷଦ ଏବଂ ବାଲିଆପାଳ ବ୍ଲକର ଶ୍ରୀ ଗୋପାଳ ସଂକୀର୍ତ୍ତନ ମଣ୍ଡଳୀ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ବିବେଚିତ ହୋଇଥିଲେ । ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ର ଉକ୍ତ ଦଳମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ମନୋନୀତ ଦଳ ରେମୁଣାର ମା ଭଗବତୀ ଚଢେଇଆ ନାଟ ରାଜ୍ୟସ୍ତରୀୟ ଲୋକକଳା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ । ଶେଷରେ ଜିଲା ସଂସ୍କୃତି ଅଧିକାରୀ ଶ୍ରୀ ସେଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।