ଅଟଳ ଯୁବଶକ୍ତି ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ବାଲେଶ୍ୱର, (ସରୋଜ ପଣ୍ଡା) : ଅଟଳ ଯୁବଶକ୍ତି ସଂଗଠନ ତରଫରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ବ୍ରିଟ କଲ୍ୟାଣ ମଣ୍ଡପରେ ରବିବାର ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରିବା ସହ ଲୋକଙ୍କ ଜୀବନ ରକ୍ଷା କ୍ଷେତ୍ରରେ ଅଟଳ ଯୁବଶକ୍ତିର ଏହି ଶିବିର ଆୟୋଜନ ଅନ୍ୟମାନଙ୍କ ପାଇଁ ଉଦାହରଣ ବୋଲି କହିଥିଲେ । ଆୟକର ବିଭାଗ ଉପ ଆୟୁକ୍ତ ଅଜୟ ସିଂହ, ସମାଜସେବୀ କ୍ରୀଷ୍ଣା ଦାସ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜିଲାରେ ରକ୍ତର ଅଭାବ ପୂରଣରେ ସଂଗଠନର କାର୍ଯ୍ୟଧାରାକୁ ଭୂୟସୀ ପ୍ରଶଂସା କରିଥିଲେ । ସଂଗଠନର ମୁଖ୍ୟ ଉପଦେଷ୍ଟା ସତ୍ୟଜିତ ମିଶ୍ର, ଗୌରାଙ୍ଗ ଦାସ, ସୀତାକାନ୍ତ ସ୍ୱାଇଁ, ବିଜୟ ପାଣିଗ୍ରାହୀ, ଦୁକୁଲୁ ଚନ୍ଦ୍ର ଘଡ଼ାଇ, ପର୍ଶୁରାମ ବେହେରା, ସୁଜିତ ଦେବ, ସଭାପତି ବିକାଶ ପାଢ଼ୀ, ଜୋନାଲ ସଭାପତି ଧୀରଜ ମହାନ୍ତି, ସଦର ସଭାପତି ଅରୂପ ଜେନା, ନଗର ସଭାପତି ବିବେକ ମହାନ୍ତି, ରେମୁଣା ସଭାପତି ଅରବିନ୍ଦ ପାତ୍ର, ମୁଖପାତ୍ର ଅନୀଲ ମହାନ୍ତି, ସଦର ସଂଖ୍ୟା ଲଘୁ ସଭାପତି ଶେଖ ମିରାଜ । ରେମୁଣା କାର୍ଯ୍ୟକାରୀ ସଭାପିତି ମନ୍ମୟ ଦାସ ପ୍ରମୁଖ ଏହି ଶିବିରେ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଅଭିଷେକ ପଣ୍ଡା, ବିଜନ ମହାରଣା, ବିଜୟ ସେଠୀ, ମଧୁଶ୍ରୀ ପଣ୍ଡା, ଅନୀତା ଦାସ, ଗୌରୀ ଖଟୁଆ, ମିନତୀ ଜେନା ,ସୁସ୍ମିତା ଶୁକ୍ଳା, ସସ୍ମିତା ଦାସ, ସବିତା ପାଣିଗ୍ରାହୀ, ସବିତା ସ୍ୱାଇଁ, ସ୍ୱର୍ଣପ୍ରିୟା ନାଥ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ