ଜିଲା କଂଗ୍ରେସ କୃଷକ ମୋର୍ଚ୍ଚା ସାଧାରଣ ସଂପାଦକଙ୍କ ସ୍ମୃତିଚାରଣ ସଭା
ବନ୍ତ,(ଯୁଗାବ୍ଦ ନୁ୍ୟଜ୍) : ସୋମବାର ଭଦ୍ରକ ଜିଲା କଂଗ୍ରେସ କୃଷକ ମୋର୍ଚ୍ଚାର ସାଧାରଣ ସମ୍ପାଦକ ତଥା ବନ୍ତ ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଗଭିଗଢିଆ ଗ୍ରାମର ଯଦୁନାଥ ନନ୍ଦଙ୍କ ଦ୍ୱାଦଶକ୍ରି୍ରୟା ଅବସରରେ ସ୍ମୃତିଚାରଣ ସଭା ଅନୁÂିତ ହୋଇଯାଇଛି । ପ୍ରାରମ୍ଭରେ ସ୍ୱର୍ଗତ ଯଦୁନାଥଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ପରେ ନିରବ ପ୍ରାର୍ଥନା କରାଯାଇଥିଲା । ଶିବ ଚରଣ ପହିଙ୍କ ସଭାପତିତ୍ୱରେ ଅନୁÂିତ ସ୍ମୃତିଚାରଣ ସଭାରେ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ କଂଗ୍ରେସ ନେତା ସୁବ୍ରତ ଦାସ, ୧୬ନଂ.ଜୋନ୍ ସଭାପତି ନିରଞ୍ଜନ ମଲ୍ଲିକ, ଆଇନଜୀବି ଅନନ୍ତ ଗୋପାଳ ଦାସ, ପୂର୍ବତନ ସରପଞ୍ଚ ଜଗବନ୍ଧୁ ଜେନା, ପ୍ରାକ୍ତନ ସମିତି ସଭ୍ୟ ସନ୍ତୋଷ ପରିଡା, ଜଗତଜୀବନ ସାହୁ, ଶଶୀକାନ୍ତ ପଣ୍ଡା, ଜଗନ୍ନାଥ ସେନାପତି, ଶଙ୍କର୍ଷଣ ଜେନା, ପଦ୍ମନାଭ ନନ୍ଦ, ରବିନ୍ଦ୍ର ନନ୍ଦ, ମଣିଭଦ୍ର ଦାଶ, ଅଜୟ ପାତ୍ର, ଭୈରବ ନାୟକ ପ୍ରମୁଖ ଯୋଗ ଦେଇ ସେ ଜଣେ ପରୋପକାରୀ ବ୍ୟକ୍ତି ଥିଲେ । ତାଙ୍କର ସୁସଂଗଠନ ବଳରେ ଜିଲା କଂଗ୍ରେସ କୃଷକ ମୋର୍ଚ୍ଚା ସୁଦୃଢ ହୋଇପାରିଥିଲା ବୋଲି କହିଥିଲେ । କାର୍ଯ୍ୟକ୍ରମ ପରିଚାଳନରେ ଯଶୋବନ୍ତ ଦାଶ, ରମେଶ ଖୁଣ୍ଟିଆ, ଅନନ୍ତ ପାଣିଗ୍ରାହୀ, ଗୋପିନାଥ ପଣ୍ଡା, ପଙ୍କଜ ମଲ୍ଲିକ, ବୃନ୍ଦାବନ ଜେନାଙ୍କ ସମେତ ଅନ୍ୟ ମାନେ ସହାୟତା କରିଥିଲେ ।