ଜିଲା ବ୍ରାହ୍ମଣ ସମିତିର ୧୧୬ତମ ଅଧିବେଶନ

ବାଲେଶ୍ୱର, (ସରୋଜ ପଣ୍ଡା):ଜିଲ୍ଲା ବ୍ରାହ୍ମଣ ସମିତିର ୧୧୬ତମ ଅଧିବେଶନ ରବିବାର ଅନୁଷ୍ଠିତ ହୋଇଯାଇଛି । ଦାମୋଦରପୁର ସ୍ଥିତ ସମିତି କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଉପ-ସଭାପତି ପଣ୍ଡିତ ଶକ୍ତିପଦ ପଣ୍ଡା ପୌରୋହିତ୍ୟ କରିଥିଲେ । ବୈଠକରେ ଚଳିତ ଜାନୁଆରୀ ମାସ ୨୨ ତାରିଖ ରବିବାର ଦିନ ଜିଲ୍ଲା ବ୍ରାହ୍ମଣ ସମିତିର ବାର୍ଷିକ ‘ସାଧାରଣ ସଭା’ ଓ ନବବର୍ଷର ବନ୍ଧୁମିଳନ ଉତ୍ସବ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବ୍ଲକ ଓ ପୌରପାଳିକା ଅନ୍ତର୍ଗତ ସମିତିର ସମସ୍ତ ଆଜୀବନ ସଭ୍ୟ ଉପସ୍ଥିତ ରହିବାକୁ ଅନୁରୋଧ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ସାଧାରଣ ସଂପାଦକ ପଣ୍ଡିତ ଗୌର ଚନ୍ଦ୍ର ଦାଶ, ଶାନ୍ତିସ୍ୱରୂପ ମିଶ୍ର, ମଣିଭଦ୍ର ଦ୍ୱିବେଦୀ, ଗୌର ଗଦାଧର ଶତପଥୀ, ଚନ୍ଦ୍ରାଂଶୁ ବାନାର୍ଜୀ, ବ୍ରହ୍ମା ପୁଣ୍ୟଶ୍ଳୋକ ନନ୍ଦ, ବୈଦ୍ୟନାଥ ଆଚାର୍ଯ୍ୟ, ରାଧାକୃଷ୍ଣ ଆଚାର୍ଯ୍ୟ, ରାଧାକୃଷ୍ଣ ପାଣିଗ୍ରାହୀ ପ୍ରମୁଖ ଆଜିର ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପ୍ରାରମ୍ଭରେ ପଣ୍ଡିତ ସର୍ବେଶ୍ୱର ପତି ବେଦ ପାଠ କରିଥିବା ବେଳେ ଡ. ଗୌରସାଧନ ମିଶ୍ର ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ