ଓୟୁଡବ୍ଲ୍ୟୁଜେ ଜିଲା ଶାଖାର ନୂତନ କର୍ମକର୍ତ୍ତା ଚୟନ

ବାଲେଶ୍ୱର, (ସରୋଜ ପଣ୍ଡା):ରାଜ୍ୟ ସଭାପତି ସୁଜ୍ଞାନୀ ଚୌଧୁରୀଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘ (ଓୟୁଡବ୍ଲ୍ୟୁଜେ) ବାଲେଶ୍ୱର ଶାଖାର ନୂତନ କର୍ମକର୍ତ୍ତା ଚୟନ କରାଯାଇଛି । ସଭାପତି ଭାବେ ଶ୍ରଦ୍ଧାଞ୍ଜଳି ରାୟ ଦାୟତ୍ୱ ଗ୍ରହଣ କରିଥିବା ବେଳେ ରବିରଂଜନ ଦାସ, ଭଗବାନ ଚନ୍ଦ୍ର ଦାସ ଓ ପ୍ରାର୍ଥପ୍ରୀତମ କର ଉପ-ସଭାପତି, ସରୋଜ ପଣ୍ଡା ସାଧାରଣ ସମ୍ପାଦକ, ତାପସ କୁମାର ସାହୁ ଓ ବିରଞ୍ôଚ ପ୍ରଧାନ ଯୁଗ୍ମ ସମ୍ପାଦକ, ପଦ୍ମଲୋଚନ ପତି ସାଂଗଠନିକ ସମ୍ପାଦକ, ଜୟଶ୍ରୀ ବିଶ୍ୱାଳ ସାଂସ୍କୃତିକ ସମ୍ପାଦକ ଓ ସମ୍ବିତ ବେହେରା ମିଡିଆ ସଂଯୋଜକ ଭାବେ ଚୟନ ହୋଇଛନ୍ତି । ଏଥି ସହିତ ଏକ କାର୍ଯ୍ୟକାରୀ କମିଟି ଗଠନ କରାଯାଇଥିବା ନେଇ ସଭାପତି ଶ୍ରୀମତୀ ରାୟ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ