ଜିଲା ବ୍ରାହ୍ମଣ ସମିତି ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା) :ଜିଲା ବ୍ରାହ୍ମଣ ସମିତିର ଏକ ବୈଠକ ଡ. କ୍ଷିତିଶ୍ୱର ଦାଶଙ୍କ ପୌରୋହିତ୍ୟରେ ଦାମୋଦରପୁର ସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ପଣ୍ଡିତ ସର୍ବେଶ୍ୱର ପତି ବେଦପାଠ କରିବା ସହିତ ସଂପାଦକ ଗୌରଚନ୍ଦ୍ର ଦାଶ ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ । ଏହା ଉପରେ ଆଲୋଚନାନ୍ତେ ଗୃହୀତ ହୋଇଥିଲା । ଏହିକ୍ରମରେ ଚଳିତବର୍ଷ ଜିଲା ବ୍ରାହ୍ମଣ ସମିତିର ଶତବାର୍ଷିକ ଉତ୍ସବ ପାଳନ ପ୍ରସ୍ତୁତି ବୈଠକ ସେରଗଡ଼-ନୀଳଗିରି ରାସ୍ତାପାଶ୍ୱର୍ରେ ଥିବା ସାଆଁନ୍ତା ଛକ ସ୍ଥିତ ଶ୍ରୀଶ୍ରୀ ପଞ୍ଚନାଗେଶ୍ୱର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଚଳିତ ମାର୍ଚ୍ଚମାସ ୨୫ତାରିଖ ଶୁକ୍ରବାର ଆୟୋଜନ ପାଇଁ ନିଷ୍ପତ୍ତି ନିଆଯାଇଛି । ସେହିପରି ବହୁ ପୁରାତ ବେଦ ବିଦ୍ୟାଳୟ ଗୃହର ପୁନଃନିର୍ମାଣ ପୂର୍ବରୁଭୂସମ୍ପତ୍ତିର ସୁରକ୍ଷା ପାଇଁ ସୀମା ନିର୍ଦ୍ଧାରଣ କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ସର୍ବେଶ୍ୱର ପତିଙ୍କୁ ଦାୟିତ୍ୱ ଦିଆଯାଇଛି । ଶତବାର୍ଷିକୀ ଉତ୍ସବ ଅବସରରେ ଅନୁଷ୍ଠାନର ମୁଖପତ୍ର ‘ବ୍ରହ୍ମଶକ୍ତି’ର ବିଶେଷ ସଂଖ୍ୟା ପ୍ରକାଶ ପାଇଁ ଆବଶ୍ୟକୀୟ ଲେଖା ଓ ବ୍ଲକସ୍ତରୀୟ ବୈଠକମାନଙ୍କର ଫୋଟୋ ପଠାଇବାକୁ ବୈଠକରେ ଅନୁରୋଧ କରାଯାଇଛି । ଆସନ୍ତା ଶତବାର୍ଷିକ ଉତ୍ସବ ପୂର୍ବରୁ ଜିଲା ସମିତିର ଆଜୀବନ ସଭ୍ୟସଂଖ୍ୟା ବୃଦ୍ଧିପାଇଁ ସମସ୍ତ ବ୍ଲକ କମିଟିର ନେତୃତ୍ୱଙ୍କୁ ନିବେଦନ କରାଯାଇଛି । ଏହି ବୈଠକରେ ପଣ୍ଡିତ ଶକ୍ତିପଦ ପଣ୍ଡା, ରାଧାକୃଷ୍ଣ ଆଚାର୍ଯ୍ୟ, ପଣ୍ଡିତ ବୈଦ୍ୟନାଥ ଆଚାର୍ଯ୍ୟ ଓ ଗୌରାଙ୍ଗ ପାଣିଗ୍ରାହୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପ୍ରଦୀପ ଚକ୍ରବର୍ତ୍ତୀ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।