ଜିଲ୍ଲାକୁ ଆସିଲା ବ୍ୟାଲେଟ ୟୁନିଟ ଓ କଂଟ୍ରୋଲ ୟୁନିଟ ବକ୍ସ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଆଉ କିଛି ଦିନ ପରେ ପଚାଂୟତ ନିର୍ବାଚନ ହେବାକୁ ଥିବା ବେଳେ ପରେ ପରେ ପୈାରପାଳିକା ନିର୍ବାଚନ ହେବାର ରହିଛି । ଏନେଇ ଆଜି ଗଞ୍ଜାମ ଜିଲ୍ଲାକୁ ବିହାରର ଦୁଇଟି ଜିଲ୍ଲାରୁ ବ୍ୟାଲେଟ ୟୁନିଟ ଓ କଂଟ୍ରୋଲ ୟୁନିଟ ଆସିଛି । ଦୁଇଟି କଂଟେନର ମାଧ୍ୟମରେ ୧୨୭୫ ଟି ବ୍ୟାଲେଟ ୟୁନିଟ ଓ ୧୨୭୫ ଟି କଂଟ୍ରୋଲ ୟୁନିଟ ବକ୍ସ ଆସିଛି । କଡାସୁରକ୍ଷା ବଳୟରେ ପୁରୁଷୋତମପୁର ଏଟିଓ ସୁନିଲ କୁମାର ଟୁଡୁ ଓ ଖଲ୍ଲିକୋଟ ଏଟିଓ ଜ୍ୟୋତିମୟୀ ଦାସଙ୍କ ନେତୃତ୍ୱରେ ଏହା ବିହାର ରୁ ଆସି ଗଞ୍ଜାମ ଜିଲ୍ଲାପାଳ କାର୍ଯ୍ୟାଳୟରେ ଥିବା ନିର୍ବାଚନୀ ଗୋଦାମ ଗୃହରେ ରଖାଯାଇଛି ।