ଜିଲ୍ଲାଜଜ୍‌ଙ୍କ ସବ୍‌ଜଜ୍ କୋର୍ଟ ନିରୀକ୍ଷଣ ଓ ସବ ଜେଲ ପରିଦର୍ଶନ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌) : ଜିଲ୍ଲା ଜଜ୍ ରାମଶଙ୍କର ହୋତା ଶନିବାର ଛତ୍ରପୁର ଗସ୍ତରେ ଆସି ସବ୍ ଜଜ୍ କୋର୍ଟରେ ନିରିକ୍ଷଣ କରିଥିଲେ । ବିଭିନ୍ନ ମାମଲାର ନଥିପତ୍ର ଯାଂଚ କରିବା ସହ ସବ୍ ଜଜ୍ ସ୍ୱୟଂପ୍ରଭା ଆଚାର୍ଯ୍ୟଙ୍କ ସହ ବିଭିନ୍ନ ମାମଳା ସଂପର୍କରେ ଆଲୋଚନା କରିଥିଲେ । ପରେ ଜିଲ୍ଲା ଜଜ୍ ଛତ୍ରପୁର ସବ୍‌ଜେଲ ପରିଦର୍ଶନ କରି କଏଦୀ ମାନଙ୍କ ବିଭିନ୍ନ ସୁବିଧା ଓ ଅସୁବିଧା ସଂପର୍କରେ ତଦାରଖ କରିବା ସହ ସେମାନଙ୍କ ବିଭିନ୍ନ କେସ୍ ଗୁଡିକ ଉପରେ ସମୀକ୍ଷା କରିଥିଲେ ଏବଂ ସବଜେଲ ର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଫୁଲ କୁମାର କବିଙ୍କ ସହ କଏଦୀ ଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ବର୍ତ୍ତମାନ ପରିପ୍ରେକ୍ଷୀ ଛତ୍ରପୁର ସବଜେଲରେ ୧୫୪ଜଣ କଏଦୀ ରହୁଥିବା ବେଳେ ସେଥିରୁ ୫ଜଣ ମହିଳା କଏଦୀ ଅଟନ୍ତି । ସେହିପରି ଆଜି ସ୍ଥାନୀୟ ଓକିଲ ସଂଘ କାର୍ଯ୍ୟାଳୟ ପରିସରରେ ଜିଲ୍ଲାଜଜ୍ ରାମଶଙ୍କର ହେତାଙ୍କୁ ଓକିଲସଂଘ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦେବା ସହ ସଂଘ ଓ କୋର୍ଟ ବିଭିନ୍ନ ସମସ୍ୟା ଉପରେ ସଭାପତି କେ.ଶିବରାମ ରେଡ୍ଡୀ ଦୃଷ୍ଟି ଆକର୍ଷଣ କରିଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ରେ ଏସଡ଼ିଜେଏମ୍ ସନ୍ତୋଷ ପାଣିଗ୍ରାହୀ, ସବ୍ ଜଜ୍ ସ୍ୱୟପ୍ରଭା ଆଚାର୍ଯ୍ୟ, ଜେଏମଏଫସି ପ୍ରଜ୍ଞା ପାରମିତା ସ୍ୱାଇଁ , ଛତ୍ରପୁର ଓକିଲ ସାଂଘର ସାଧାରଣ ସମ୍ପାଦକ, ଏସ୍‌. ଶ୍ୟାମ କୁମାର, ଉପସଭାପତି ସନ୍ତୋଷ କୁମାର ପଶୁପାଳକ, ଲାଇବ୍ରେରୀ ସମ୍ପାଦକ ଅପସରା ଜାନ୍‌, ସରକାରୀ ଓକିଲ ଭୈରବୀ କୁମାର ପଟ୍ଟନାୟକ, ଡମିନାଥ ସାହୁ, ମନୋଜ କୁମାର ପାଢି, କାଳି ପ୍ରସାଦ ଦାସ, ପ୍ରଦୀପ ପାତ୍ର,ବରିଷ୍ଠ ଆଇନଜିବୀ ରାମଚନ୍ଦ୍ର ବେହେରା, ବ୍ରଜ ମୋହନ ଆଚାର୍ଯ୍ୟ, ପି.ଧର୍ମା ରେଡ୍ଡୀ, ରାମକୃଷ୍ଣ ଦାସ, କମଳ ଲୋଚନ ଦାସ, ବି.ଶ୍ରୀନିବାସ, ପର୍ଶୁରାମ ଗୈାଡ, ପ୍ରଦୀପ କୁମାର ପାଢି, ଶଶି ଭୂଷଣ ପଟ୍ଟନାୟକ, ବିଜୟ କୁମାର ପଲାଇ,ସମୀର କୁମାର ପାଣିଗ୍ରାହୀ ଙ୍କ ସମେତ ସଂଘର ବହୁ ସଦସ୍ୟ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ