୧୨ ଦଫା ଦାବି ନେଇ ନିଖିଳ ଓଡ଼ିଶା ଏମଡ଼ିଏମ୍‌, ପାଚିକା, ସହାୟିକା ସଂଘର ବିକ୍ଷୋଭ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌) : ଗଂଜାମ ଜିଲ୍ଲାରେ ଥିବା ସମସ୍ତ ବିଦ୍ୟାଳୟ ମାନଙ୍କରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମକୁ ବହୁ ବର୍ଷ ହେଲା ସୁଚାରୁ ରୂପେ କାର୍ଯ୍ୟ କରି ଆସୁଥିଲେ ମଧ୍ୟ ସାମାଜିକ ସୁରକ୍ଷା ଓ ସର୍ବନିମ୍ନ ମଜୁରୀରୁ ବଂଚିତ ହେଉଛନ୍ତି । ପାଚିକା ମାନଙ୍କ ମଧ୍ୟରେ ଦିନକୁ ଦିନ ଆକ୍ରମଣ ବଢି ବଢି ଚାଲିଛି । ସାମାନ୍ୟ କଥାରେ ପାଚିକା ବହିଷ୍କାର ଆଜି ନିତିଦିନିଆ ହୋଇଗଲାଣି । ବହୁ ସ୍ଥାନରେ ସ୍କୁଲ ପରିଚାଳନା କମିଟି ସ୍ୱୟଂସହାୟିକା ଗୋଷ୍ଠୀ ମାନଙ୍କର ମିଥ୍ୟା ଅଭିଯୋଗ ଉପରେ କୌଣସି ତଦନ୍ତ ନକରି ନିରୀହ ପାଚିକା ବହିଷ୍କାର କରୁଛନ୍ତି । ଏଣୁ ଏହାର ସମାଧାନ କରିବା ସମେତ ୧୨ ଦଫା ଦାବି ନେଇ ଶନିବାର ଏଆଇଟିୟୁସି ସହବନ୍ଧିତ ନିଖିଳ ଓଡ଼ିଶା ଏମ୍‌. ଡି. ଏମ୍ ପାଚିକା, ସହାୟିକା ସଂଘ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ସଭାପତି ରାଜେନ୍ଦ୍ର କୁମାର ଦାଶଙ୍କ ନେତୃତ୍ୱରେ ଶହ ଶହ ପାଚିକା ମାନେ ବିଭିନ୍ନ ଦାବୀର ପ୍ଲାକାର୍ଡ଼ ଓ ଏଆଇଟିୟୁସି ପତାକା ଧରି ଏକ ବିରାଟ ଶୋଭାଯାତ୍ରାରେ ଛତ୍ରପୁର ସହର ପରିକ୍ରମା କରି ଉପଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ଏକ ପ୍ରତିନିଧି ଦଳ ୧୨ ଦଫା ସମ୍ବଳିତ ଦାବିପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟିଙ୍କୁ ପ୍ରଦାନ କରିଥିଲେ । ସେମାନଙ୍କ ଦାବି ଗୁଡ଼ିକ ହେଲା ପାଚିକା ମାନଙ୍କୁ ସର୍ବ ନିମ୍ନ ମଜୁରୀ ପ୍ରଦାନ କରାଯାଉ, ହାଇସ୍କୁଲ ଠାରୁ ଅଲଗା ହୋଇ ୟୁ.ଜି.ଏମ୍‌.ଇ ସ୍କୁଲର ଯୋଡ଼ି ହୋଇଥିବା ଅଷ୍ଟମ ଶ୍ରେଣୀର ଆଗରୁ ନିଯୁକ୍ତି ପାଇ କାର୍ଯ୍ୟ କରି ଆସୁଥିବା ପାଚିକା ମାନଙ୍କୁ ଚିହ୍ନଟ କରି ଅନ୍ୟ ସ୍କୁଳ ମାନଙ୍କରେ ରୋଷେଇ କରିବା ପାଇଁ ଅନୁମତି ଦିଆଯାଉ, ମାସ ମାସକୁ ନିର୍ଦ୍ଧିଷ୍ଟ ତାରିଖରେ ଭତା ମିଳିବାକୁ ବ୍ୟବସ୍ତା କରାଯାଉ, କାର୍ଯ୍ୟରତ ସମୟରେ ଦୁର୍ଘଟଣା ଘଟିଲେ ୫ଲକ୍ଷ କ୍ଷତିପୂରଣ ଦିଆଯାଉ, ବର୍ଷକୁ ୧୦ ମାସ ବଦଳରେ ୧୨ ମାସର ଭତା ଦିଆଯାଉ । ସାମାଜିକ ସୁରକ୍ଷା ପ୍ରଦାନ କରିବା ସହ ପରିଚୟ ପତ୍ର ପ୍ରଦାନ କରାଯାଉ, ପାଚିକା ମାନଙ୍କୁ ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମ ବ୍ୟତିକ ଅନ୍ୟ କାର୍ଯ୍ୟରେ ନିୟୋଜିତ କରାଯାଉ, ଅବସରପ୍ରାପ୍ତ ପରେ ପେନ୍ ସନ୍ ଦେବାର ବ୍ରବସ୍ଥା କରାଯାଉ, ପାଚିକା ମାନଙ୍କୁ ଡ୍ରେସ୍ କୋର୍ଡ଼ ଲାଗୁ କରାଯାଉ ଏବଂ ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରାଯିବା ସହ ପାଚିକା ମାନଙ୍କ ମୃତ୍ୟୁ ହେଲେତାଙ୍କ ଉତରାଧିକାରୀଙ୍କୁ ନିଯୁକ୍ତି ଦିଆଯାଉ ସମେତ ୧୨ ଦଫା ଦାବି ରହିଛି । ଏହି ବିକ୍ଷୋଭରେ ସିପିଆଇ ପାର୍ଟିର ଗଂଜାମ ଜିଲ୍ଲା ସମ୍ପାଦକ ପ୍ରକାଶ ଚନ୍ଦ୍ର ପାତ୍ର, ଯୁବ ସଂଘର ରାଜ୍ୟ ସଭାପତି ପ୍ରଦୀପ କୁମାର ସେଠୀ, ନିଖିଳ ଓଡ଼ିଶା ଏମ୍ ଡି.ଏମ୍ (ପାଚିକା ଓ ସହାୟିକା) ସଂଘ ଜିଲ୍ଲା କମିଟିର କାର୍ଯ୍ୟକାରିଣୀ ସଭାପତି ମୀନତି ସାହୁ, ସରୋଜିନି ପାତ୍ର, ପ୍ରସନ୍ନ ରାଉତ, ପ୍ରବୀଣ କର, ସୁବା ଜାନି, ବି. ସୁମିତ୍ରା ରେଡ୍ଡି, ଛାୟା ବେହେରା, ସମ୍ପାଦିକା ପି. ରେଣୁକା ଦୋରାଙ୍କ ସମେତ ବହୁ ସଦସା ମାନେ ନିଜର ହକ୍ ନିମନ୍ତେ ବିଭିନ୍ନ ଦାବି ନେଇ ଆଲୋକପାତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ