ଜିଲ୍ଲାପରିଷଦ ସଦସ୍ୟାଙ୍କ ପରିବାର ପକ୍ଷରୁ ଖାଦ୍ୟ ବଣ୍ଟନ

ହାଟଡ଼ିହି (ଓ୍ବାଇଏନ୍ଏସ୍) : ୩୭ନଂ ଜିଲ୍ଲାପରିଷଦ ସଦସ୍ୟା ପ୍ରଣତୀ ଦେଓଙ୍କ ପରିବାର ପକ୍ଷରୁ ଡଅଁର ପଞ୍ଚାୟତର ଶତାଧିକ ଗରିବ ଭିନ୍ନକ୍ଷମ ପରିବାରକୁ ମାଗଣାରେ ଚାଉଳ, ଆଳୁ, ଡାଲି, ତେଲ, ଚୁଡା, ବିସ୍କୁଟ, ସାବୁନ ଓ ମାସ୍କ, ଆଦି ବଣ୍ଟନ କରିଛନ୍ତି । ତାଙ୍କ ସହିତ ଅର୍ଜୁନ ଦେଓ, ପ୍ରତାପ ଦେଓ, ପୁର୍ବତନ ସରପଞ୍ଚ କନକ ଦେଓ, ହିମାଶୁଂ ଦେଓ ଏବଂ ତାଙ୍କ ପରିବାର ଲୋକମାନେ ସାମଗ୍ରୀ ବଣ୍ଟନ କରିବା ସହିତ ଲୋକମାନଙ୍କୁ ଘରେ ରୁହ ସୁସ୍ଥ ରୁହ ବୋଲି ସଚେତନ କରାଇଥିଲେ । ଘର ଦୁଆର ମୁହଁରେ ଆସି କରୋନା କବାଟ ବାଡୋଉଛି ତେଣୁ ଆଜିବି ସମୟ ଅଛି ଏବେଠାରୁ ସମସ୍ତେ ସଚେତନ ହେବା ଜରୁରୀ ବୋଲି ସମାଜସେବୀ କିଶୋର ଜେନା, ରଞ୍ଜନ ପହୀ, ମନୋଜ ବେହେରା, ସୁଧିର ଜେନା, ରବିନ୍ଦ୍ର ନାୟକ ପ୍ରମୁଖ ଗ୍ରାମବାସୀମାନେ ସଚେତନ କରାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ