ଜିଲ୍ଲାପାଳଙ୍କୁ ଗାଁ ସାଥୀଙ୍କ ସ୍ମାରକ ପତ୍ର ପ୍ରଦାନ !!!

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ବିଭିନ୍ନ ଦାବୀ ନେଇ ଗଜପତି ଜିଲ୍ଲା ଗାଁ ସାଥୀ ମେଟ ସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାର ସମସ୍ତ ଗାଁ ସାଥୀଙ୍କୁ ତାଲିମ ଦେବାକୁ ଅନୁରୋଧ କରାଯାଇଥିବା ବେଳେ ସରକାରଙ୍କ ନିର୍ଦ୍ଦେଶନାମାକୁ ଲ ବିଭିନ୍ନ ବ୍ଲକରେ ସଠିକ ଭାବେ ଲାଗୁ କରିବାକୁ ଅନୁରୋଧ କରାଯାଇଛି ! ୨୦୦୮ରେ ବିଭିନ୍ନ ବ୍ଲକରେ ନିଯୁକ୍ତି ପାଇଥିବା ଗାଁ ସାଥୀ ଓ ଖାଲୀ ଥିବା ରାଜସ୍ୱ ଗ୍ରାମରେ ପଲ୍ଲୀସଭା ମାଧ୍ୟମରେ ଚୟନ ହୋଇ ଥିବା ମେଟ କାର୍ଯ୍ୟରତ ଅଛନ୍ତି । ଯାହା ସରକାରୀ ଡାଟା ବେଶରେ ରହିଛି । ହେଲେ ସରକାରୀ ଡାଟା ବେଶକୁ ଅଣାଦେଖା କରି କିଛି ବ୍ଲକ ଓ ପଞ୍ଚୟତରେ ଅଣ ମେଟଙ୍କୁ ନିଯୁକ୍ତି କରାଯାଇଛି । ସେହି ଅଣମେଟଙ୍କୁ ଉଚ୍ଛେଦ କରିବାକୁ ସଙ୍ଘ ପକ୍ଷରୁ ଦାବି କରାଯାଇଥିଲା । ସେହି ପରି ମନରେଗା କାର୍ଯ୍ୟରେ ନିୟୋଜିତ ମେଟ ମାନଙ୍କୁ ଦୈନିକ ମଜୁରୀ ନିମନ୍ତେ ମାଷ୍ଟର ରୂଲ ବ୍ୟବହାର କରାଯାଉ ନ ଥିବାରୁ ମେଟ ମାନେ ପାରିଶ୍ରମିକ ପାଇବାରୁ ବଞ୍ଚିତ ହେଉଛନ୍ତି । ମେଟ ଙ୍କ ଡାଟା ବେଶ ତାଲିକା ପ୍ରଦାନ ନିମନ୍ତେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ସମସ୍ତ ବିଡ଼ିଓ ଙ୍କୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ତାହା କାର୍ଯ୍ୟ କାରି ହୋଇ ନଥିବା ଅଭିଯୋଗ କରାଯାଇଛି ! ମେଟ ଙ୍କ ଶିକ୍ଷାଗତ ଯୋଗ୍ୟତା ଅନୁସାରେ ମାଷ୍ଟର ତାଲିମ ପ୍ରଦାନ କରାଯାଉ ବୋଲି ସେମାନେ ଦାବୀ କରିଛନ୍ତି । ସ୍ମାରକପତ୍ର ପ୍ରଦାନ ବେଳେ ସଙ୍ଘ ସଭାପତି ପଞ୍ଚୁ ନାୟକ, ସମ୍ପାଦକ ମନୋଜ ଭୂୟାଁ ଙ୍କ ସମେତ ବିଭିନ୍ନ ବ୍ଳକ ର ଗାଁ ସାଥୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ