ଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ

ଛତ୍ରପୁର,(ଦେବଦତ୍ତ ମହାରଣା): ଜିଲ୍ଲାର ସଦର ମହକୁମା ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ରୁ ଏନସିସି ର ଆର୍ମି ୱିଙ୍ଗ ନିଲମ୍ବନ କରାଯିବା ପ୍ରକ୍ରିୟାକୁ ମହାବିଦ୍ୟାଳୟର ପୁରାତନ ଛାତ୍ର ସଂଘ ର କର୍ମକର୍ତ୍ତା , ବୁଦ୍ଧିଜିବି , ଅଭିଭାବକ ଏବଂ ପୁରାତନ ଛାତ୍ର ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ନିଲମ୍ବନ ପ୍ରକ୍ରିୟା ବନ୍ଦ କରିବା ଦାବୀ ନେଇ ମଙ୍ଗଳବାର ପୁରାତନ ଛାତ୍ର ସଂଘର ସଭାପତି ତଥା ଆଇନଜିବି ବ୍ରଜମୋହନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଭେଟି ଏକ ସମ୍ବଳିତ ଦାବୀପତ୍ର ପ୍ରଦାନ କରିଛନ୍ତି । ୧୯୬୯ ମସିହାରେ ସ୍ଥାପିତ ହୋଇଥିବା ଏହି ମହାବିଦ୍ୟାଳୟ ରେ ୧୯୭୦ ମସିହାରୁ ଏନସିସି ର ଆର୍ମି ୱିଙ୍ଗ ରହିଆସୁଅଛି । ଯାହା ଫଳରେ ଏହି ମହାବିଦ୍ୟାଳୟର ଅଧ୍ୟୟନ କରୁଥିବା ଛତ୍ରପୁର ସମେତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଁଚଳର ବିଦ୍ୟାର୍ଥୀ ମାନେ ଜାତୀୟ ସମର ଶିକ୍ଷାର୍ଥୀ ବାହିନିର ଆର୍ମି ୱିଙ୍ଗ ରେ ସାମିଲ୍ ହୋଇ ଭାରତୀୟ ସୈନ୍ୟ ବାହିନୀ ଠାରୁ ଆରମ୍ଭ କରି ବେସାମରିକ ଓ ଓଡିଶା ପୋଲିସ୍ ଭଳି ବିଭିନ୍ନ ବିଭାଗରେ ନିଯୁକ୍ତି ପାଇବାରେ ଏହା ଅନେକ ମାତ୍ରାରେ ସହାୟକ ହେବା ସହିତ ବିଦ୍ୟାର୍ଥୀଙ୍କ ମଧ୍ୟରେ ଦେଶପ୍ରିତି ଭାବନା ଉଦ୍ରେକ ହେବା ସହିତ ଜଣେ ସୁନାଗରିକ ଗଠନରେ ଏହା ଅନେକ ମାତ୍ରାରେ ସହାୟକ ହୋଇଥାଏ । ହେଲେ ୨୦୨୦ ମସିହା ମେ ମାସର ୧୨ ତାରିଖରେ ଭୁବନେଶ୍ୱର ସ୍ଥିତ ଏନସିସି ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ଏକ ପତ୍ର ମାଧ୍ୟମରେ ଏନସିସି ର ଆର୍ମି ୱିଙ୍ଗ ପାଇଁ ଏଏନଓ ନଥିବା ଏବଂ କେତେକ କାରଣ ଦର୍ଶାଇ ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଏନସିସି ପ୍ଲାଟୁନକୁ ନିଳମ୍ବିନ କରାଯାଇଥିବା ଦର୍ଶାଯାଇଥିବା ବେଳେ ମହାବିଦ୍ୟାଳୟ କର୍ତ୍ତୁପକ୍ଷ ମହାବିଦ୍ୟାଳୟରେ ସଠିକ୍ ଭାବରେ ଏନସିସି ୱିଙ୍ଗ ଚାଲୁଥିବା ଏବଂ ନିୟମିତ ତାଲିମ୍ ଦିଆଯାଉଥିବା ବେଳେ ଏଏନଓ ଭାବରେ ଗଣିତ ଅଧ୍ୟାପକ ବାଦଲ ସାହୁଙ୍କୁ ନିଯୁକ୍ତି କରାଯାଇଥିବା ଅଧ୍ୟକ୍ଷ କିଶୋର ଚନ୍ଦ୍ର ବେହେରା ପତ୍ର ମାଧ୍ୟମରେ ଅତିରିକ୍ତ ନିର୍ଦ୍ଦେଶକଙ୍କୁ ଜୁନ୍ ୫ ରେ ଅବଗତ କରାଇଥିଲେ । ଏପରିକି ପରବର୍ତ୍ତୀ ସମୟରେ ପୁଣି ନଭେମ୍ବର ୨୦ ତାରିଖରେ ଏନସିସିର ଆର୍ମି ୱିଙ୍ଗ ଉପରେ ନିଳମ୍ବନ ଉଠାଇବାକୁ ଅନୁରୋଧ କରି ଏନସିସି ନିର୍ଦ୍ଦେଶାଳୟକୁ ପୁଣି ଏକ ପତ୍ର ଦିଆଯାଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇନଥିଲା । ଏହାର ପ୍ରତିବାଦରେ ଗତକାଲି ମହାବିଦ୍ୟାଳୟର ଏନସିସି ଆର୍ମି ୱିଙ୍ଗ ର ଛାତ୍ରଛାତ୍ରୀ ମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ । ତେଣୁ ନିଳମ୍ବନ ପ୍ରକ୍ରିୟାକୁ ବନ୍ଦ କରାଯାଇ ପୁର୍ବ ପରି ମହାବିଦ୍ୟାଳୟ ପରିସରରେ ଏନସିସି ର ଆର୍ମି ୱିଙ୍ଗ ଚାଲୁ କରିବା ନିମନ୍ତେ ପୁରାତନ ଛାତ୍ର ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଦୃଷ୍ଠି ଆକର୍ଷଣ କରାଯାଇଛି । ଏହି ଦାବିପତ୍ର ପ୍ରଦାନ ବେଳେ ପୁରାତନ ଛାତ୍ର ସଂଘର ସଂପାଦକ ସମୀର କୁମାର ଆଚାର୍ଯ୍ୟ,ଆଇନଜିବୀ ମନୋଜ କୁମାର ପାଢୀ ଓ ପି.ଧର୍ମା ରେଡ୍ଡି, ସନ୍ତୋଷ କୁମାର ମିଶ୍ର,ଇଜୁ ଅମିନ୍ ଖାନ୍ ଓ ଏନସିସି ଆର୍ମି ୱିଙ୍ଗ ର ଛାତ୍ର ଅଜୟ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ