ଜିଲ୍ଲାପାଳଙ୍କ ଅଫିସ ସ୍ଥାନାନ୍ତରିତ ପ୍ରତିବାଦରେ ଆନ୍ଦୋଳନ ପାଇଁ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡା ,(ଯୁଗାବ୍ଦ ନ୍ୟୁଜ୍):କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଅଫିସ ସ୍ଥାନାନ୍ତରକୁ ନେଇ ସଚେତନ ନାଗରିକମାନଙ୍କ ମଧ୍ୟରେ ତୀବ୍ର ଅସାନ୍ତୋଷ ପ୍ରକାଶ ପାଇଛି । ଏହାର ପ୍ରତିବାଦରେ ଆନ୍ଦୋଳନ ପାଇଁ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ମାଧପୁରସ୍ଥିତ ଅମରଉଦ୍ୟାନ ପରିସରରେ ଶନିବାର ଅପରାହ୍ନରେ ପୂର୍ବତନ ପୈାରପାଳ ମହମ୍ମଦ ଆକବର ଅଲ୍ଲୀଙ୍କ ଆବାହକତ୍ୱରେ ସଚେତନ ନାଗରିକମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟାପକ ଅଜୟ ସାମଲଙ୍କ ସାଭାପତିତ୍ୱରେ ଅନୁଷ୍ଠିତ ଏହି ବୈ÷ଠକରେ ଜିଲ୍ଲାପାଳ ଏବଂ ଅନ୍ୟାନ୍ୟ ଅଫିସ ଗୁଡିକ ସ୍ଥାନାନ୍ତର ବିରୋଧରେ ଦୃଢ ମତ ପ୍ରକାଶ ପାଇଥିଲା । ଏହି ବୈଠକରେ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା । ଦ୍ୱିତୀୟରେ ଜିଲ୍ଲାପାଳ ଅଫିସ ସ୍ଥାନାନ୍ତରିକରଣକୁ ବିରୋଧକରି ଆନ୍ଦୋଳନ କରାଯିବାକୁ ସର୍ବସମ୍ମତିକ୍ରମେ ଏକ କାର୍ଯ୍ୟକାରି କମିଟି ଓ ଉପଦେଷ୍ଟା କମିଟି ଗଠନ କରାଯାଇଥିଲା । କାର୍ଯ୍ୟକାରି କମିଟିର ସଭାପତି ଭାବେ ପ୍ରଫେସର ନନ୍ଦକିଶୋର ପରିଡା, କାର୍ଯ୍ୟକାରି ସଭାପତି ଭାବେ ଅଧ୍ୟାପକ ଅଜୟ ସାମଲ, ଉପସଭାପତି ଭାବେ ବରିଷ୍ଠ ଆଇନଜୀବି ବୈଦ୍ୟନାଥ ଚାଟାର୍ଜୀ, ଧିରେନ ସାହୁ, ଅଧିକାରୀ ପ୍ରଭାତ ଦାସ, ମୁକ୍ତାର ଖାଁ, ଆବାହକ ଭାବେ ମହମ୍ମଦ ଆକବର ଅଲ୍ଲୀ, ସମ୍ପାଦକ ଭାବେ ଆଶିଷ ସେନାପତି, ଶରତ କୁମାର ବେହୁରା, କ୍ଷିତିଶ ମିଶ୍ର, କାର୍ଯ୍ୟକାରି କମିଟି ସଦସ୍ୟ ଭାବେ ଜଗତଜୀବନ ଦାସ, ରମେଶ ଚନ୍ଦ୍ର ଲେଙ୍କା, ସଞ୍ଜୟ ରାଉତ, କମଳାକାନ୍ତ ବେହେରା, ଦିଲ୍ଲିପ ସାହୁଙ୍କୁ ମନୋନ୍ୱିତ କରାଯାଇଥିବା ବେଳେ ଉପଦେଷ୍ଟା କମିଟିର ସଦସ୍ୟ ଭାବରେ ବରିଷ୍ଠ ଆଇନଜୀବି ଉମେଶ ଚନ୍ଦ୍ର ସିଂ, ଭଜକୃଷ୍ଣ ରାଉତ, ଜିଲ୍ଲା ଓକିଲ ସଙ୍ଘ ସଭାପତି ଧ୍ରୁବ ଚରଣ ଜେନା, ଡା.ବିଶ୍ୱ ପ୍ରକାଶ କାନୁନଗୋ, ଆଇନଜୀବି ଅକ୍ଷୟ କୁମାର ମହାନ୍ତି ଓ ସରୋଜରାଜ ସିଂ ଙ୍କୁ ମନୋନ୍ୱିତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ