ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି
କୋଦଳା:(ଗୁଲସନ୍ କୁମାର କର) ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକରେ ସୋମବାର ଦିନ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଳାଙ୍ଗେଙ୍କ ଅଧ୍ୟକ୍ଷତାରେ ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଅଭିଯୋଗ ଶିବିରରେ ବିଭିନ୍ନ ଗ୍ରାମ ପଞ୍ଚାୟତର ଜନ ସାଧାରଣ ଉପସ୍ଥିତ ରହି ସେମାନଙ୍କର ବିଭିନ୍ନ ସମସ୍ୟା ଓ ଦାବି ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ। ଏବଂ କୋଦଳା ଅଞ୍ଚଳରେ ଥିବା ବେଆଇନ ପାଣି ଫେକ୍ଟ୍ରି ଉପରେ ଗଣମାଧ୍ୟମ ପ୍ରତିନିଧିମାନେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବାରୁ ଜିଲ୍ଲାପାଳ ଏହାକୁ ସିଲ୍ କରିବେ ବୋଲି ନିର୍ଦେଶ ଦେଇଥିଲେ। ଏହି କାଯ୍ୟକ୍ରମରେ ଉପ ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀ, ବେଗୁନିଆପଡା ବିଡ଼ିଓ, କୋଦଳା ତହସିଲଦାର, କୋଦଳା ଥାନା ଅଧିକାରୀ ଓ ବେଗୁନିଆପଡା ଥାନା ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ବିଭାଗର କର୍ମକର୍ତାମାନେ ଉପସ୍ଥିତ ଥିଲେ।