ଜିଲ୍ଲାପାଳଙ୍କ ଉଦଘାଟନ ଓ ଉନ୍ନୟନ କାର୍ଯ୍ୟ ସମୀକ୍ଷା

ହିଞ୍ଜିଳିକାଟୁୁ, (ଶେଷଦେବ ସାହୁ):ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ମଙ୍ଗଳବାର ହିଞ୍ଜିଳିକାଟୁ ଗସ୍ତରେ ଆସି ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବା ସହ ଗଞ୍ଜାମ ହାଟ ଓ କ୍ଷୀର ବିକ୍ରୟ କେନ୍ଦ୍ରର ଊଦଘାଟନ କରିଛନ୍ତି । ଓଡିଶା ଜୀବିକା ମିଶନ ପକ୍ଷରୁ ମହିଳା ସ୍ୱଂୟ ସହାୟିକା ଗୋଷ୍ଠୀଙ୍କ ଆର୍ଥୀକ ସ୍ୱାବଲମ୍ବୀ ସହ ମିଶନ ଶକ୍ତିର ଅଭିବୃଦ୍ଧି ସକାଶେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ପରିପ୍ରେକ୍ଷୀରେ ହିଞ୍ଜିଳିକାଟୁ ପୌରାଞ୍ଚଳ ସ୍ଥିତ ଅତ୍ୟାଧୁନିକ ମାଛ, ମାଂସ ବଜାର ପରିସରରେ ପୌର ପରିଷଦ ପକ୍ଷରୁ ନିର୍ମିତ ନୂତନ ଗୃହ ଗଞ୍ଜାମ ହାଟ ଓ କ୍ଷୀରର ବିକ୍ରୟ କେନ୍ଦ୍ର ଆରମ୍ଭ ହୋଇଛି । କ୍ଷୀର ବିକ୍ରୟ କେନ୍ଦ୍ରରେ ଗାଇ, ଜର୍ସି ଗାଇ ଓ ମଇଁଷି ପ୍ରଜାତିର ଦେଶୀ କ୍ଷୀର ଉପଲବ୍ଧ ହୋଇଥିବା ବେଳେ ଗଞ୍ଜାମ ହାଟରେ ମହିଳା, ଏସଏଚଜିଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପ୍ରକାରର ଖାଦ୍ୟ ଦ୍ରବ୍ୟ ଉପଲବ୍ଧ ହେବ ବୋଲି ଓରମାସ ମୁଖ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତିପ୍ରକାଶ ମହାନ୍ତି ସୂଚନା ଦେଇଥିଲେ । ଜିଲ୍କାପାଳ ଶ୍ରୀ ପରିଡା ସ୍ଥାନୀୟ ବ୍ଳକର ପୋଚିଲିମା ଓ ମକରଝୋଳ ପଞ୍ଚାୟତ ଗସ୍ତ କରି ନିର୍ମାଣଧିନ ବିଭିନ୍ନ ଉନ୍ନୟନ ପ୍ରକଳ୍ପ, ଯୋଜନାର ବିଭାଗୀୟ ସମୀକ୍ଷା କରିବା ସହ ପ୍ରସ୍ତାବିତ ଉନ୍ନୟନ ପ୍ରକଳ୍ପ ସର୍ମ୍ପକରେ ଆଲୋଚନା କରିଥିଲେ । ଜିଲ୍ଲାପାଳଙ୍କ ସହ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଭି.କିର୍ତ୍ତିଭାସନ, ବିଡିଓ ସୁବ୍ରତ କୁମାର ଜେନା ତହସିଲଦାର ପ୍ରଭାତ କୁମାର ପରିଡା, ସିଡିପିଓ ଗାଙ୍ଗୀ ସୁବୁଦ୍ଧି, ଗୋଷ୍ଠୀ କୃଷି ଅଧିକାରୀ ବାସୁୁଦେବ ଶତପଥୀ, ସହକାରୀ କୃଷି ଅଧିକାରୀ ଅମର ପ୍ରସାଦ ସାହୁ, ପୌର ଯନ୍ତ୍ରୀ ପ୍ରମୋଦ ନାୟକଙ୍କ ସମେତ ପିଇଓ, କନିଷ୍ଠ ଯନ୍ତ୍ରୀ, ସରପଞ୍ଚ, ସମିତିସଭ୍ୟ ଓ ଏସଏଚଜି ମହିଳା ସଦସ୍ୟା ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ