ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କଲେ ଗଞ୍ଜାମ ଜିଲ୍ଲା ଗ୍ରାମ୍ୟ ସମ୍ବଳ ବ୍ୟକ୍ତି
ଛତ୍ରପୁର, (ଦେବଦତ୍ତ ମହାରଣା) :ଗଞ୍ଜାମ ଜିଲ୍ଲା ସମସ୍ତ ବ୍ଲକରେ କାର୍ଯ୍ୟରତ ଗ୍ରାମ୍ୟ ସମ୍ବଳ ବ୍ୟକ୍ତି (ଭିଆରପି)ମାନେ ଗତ ୨୦୧୯ ଠାରୁ ସେମାନେ ସେମାନଙ୍କ ବକେୟା ପ୍ରାପ୍ୟ ପାଇନଥିବାରୁ ସୋମବାର ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଲୀନା କୁମାରୀ ଖେସ୍ ଙ୍କୁ ପ୍ରଦାନ କରିଛନ୍ତି । ସେମାନେ ସେମାନଙ୍କ କର୍ତ୍ତବ୍ୟକୁ ସୁଚାରୂ ରୂପେ ସମ୍ପାଦନ କରି ଆସୁଛନ୍ତି । ହେଲେ, ସେମାନଙ୍କୁ ସେମାନଙ୍କ ପ୍ରାପ୍ୟ ମିଳିପାରୁନାହିଁ । ଯାହା ଦ୍ୱାରା ସେମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସାମାଜିକ ସମୀକ୍ଷା କାମ ବାବଦକୁ ସେମାନଙ୍କୁ ଦୈନିକ ୩୨୫ ଟଙ୍କା ହିସାବରେ ମିଳୁଥିବା ବେଳେ ବର୍ତ୍ତମାନ ୨୦୧୯ ଠାରୁ ସେମାନଙ୍କୁ ସେମାନଙ୍କ ପ୍ରାପ୍ୟ ମିଳିପାରିନାହିଁ । ଗଞ୍ଜାମ ଜିଲ୍ଲାରେ ମୋଟ ୫୯୦ ଜଣ ଗ୍ରାମ୍ୟ ସମ୍ବଳ ବ୍ୟକ୍ତି ରହିଥିବା ବେଳେ ସେମାନେ ନିଜେ ହାତରୁ ଟଙ୍କା ସାରି ଅନ୍ୟ ପଂଚାୟତକୁ ବୁଲି ସେମାନେ ଏହି କାର୍ଯ୍ୟ କରିବା ଯୋଗୁଁ ବହୁ ପ୍ରକାର ସମସ୍ୟାର ସମ୍ମୁଖିନ ହେଉଥିବା ସେମାନେ କହିଛନ୍ତି । ଏନେଇ ସେମାନେ ବିଏସଏ ଏବଂ ଡିଏସଏ ଙ୍କୁ ବାରମ୍ବାର ଜଣାଇବା ପରେ କୌଣସି ସୁଫଳ ନ ମିଳିବାରୁ ଆଜି ବାଧ୍ୟ ହୋଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏଣୁ ଏହାର ଯଥାଶୀଘ୍ର ସମାଧାନ କରି ସେମାନଙ୍କ ପ୍ରାପ୍ୟ ପ୍ରଦାନ କରିବା ପାଇଁ ଦାବି କରିଛନ୍ତି । ଏହି ଦାବି ପତ୍ର ପ୍ରଦାନ ବେଳେ ନିରୂପମା ମହାନ୍ତି, ଆର. ଜ୍ୟୋତି ରେଡ୍ଡୀ, ମାଧୁରୀ ବିଷୋୟୀ, ମିନାଖି ଖୁଣ୍ଟିଆ, ପି. ଲକ୍ଷ୍ମୀ ଦେବୀ, ଟି. ରାଜା ରାଣୀ, ମନୁ ବେହେରା, ମାମାଲି ବେହେରା, ସୁନିତା ବେହେରା, ଅଞ୍ଜଳୀ ବେହେରା, ମିରା ନାହାକ, ମାମି କୁମାରୀ ନାୟକ, ରଞ୍ଜିତା ବେହେରା, କାମାକ୍ଷୀ ପ୍ରଧାନ, ସସ୍ମିତା ଡାକୁଆ, ମିନତି ପାତ୍ର, ବନିତା ପ୍ରଧାନ, ମିନତି ମହାରଣା, ଆର. ରାଜେଶ୍ୱରି ରେଡ୍ଡୀ, ପ୍ରତିମା ମହାଙ୍କୁଡ, ଜେ. ପୁଷ୍ପା ପାତ୍ର ଓ ଗୌରୀ ପ୍ରଧାନଙ୍କ ସମେତ ବହୁ ଗ୍ରାମ୍ୟ ସମ୍ବଳ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ ।