ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥାନାନ୍ତର କରାନଯିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର

କେନ୍ଦ୍ରାପଡ଼ା : ପୁରୁଣା ବସଷ୍ଟାଣ୍ଡ ନିକଟରେ ଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ସେଠାରୁ ଅନ୍ୟତ୍ର ସ୍ଥାନାନ୍ତର କରାନଯିବାକୁ ବୁଧବାର ବହୁ ସିଟିଜେନ ଫୋରମ, ବରିଷ୍ଠ ନାଗରିକ, ବୁଦ୍ଧିଜୀବି ଓ ସହରବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ପ୍ରଦାନ କରାଯାଇଛି । ସେଥିରେ ଉଲ୍ଲେଖ ରହିଛି ଯେ ରାଜ୍ୟର ସର୍ବ ପୁରାତନ କେନ୍ଦ୍ରାପଡା ପୈାରସଂସ୍ଥା ଓ ସହର ବହୁ ଐତିହ୍ୟ,ସଂସ୍କୃତିକୁ ନିଜ ଛାତିରେ ଜାବୁଡି ଧରିଥିବା ବେଳେ ସେହି ପୁରାତନ ସହରରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସହରର ବାହାରକୁ ଅନ୍ୟତ୍ର ଉଠାଇନେବା ଉଚିତ ହେବ ନାହିଁ । ପ୍ରବାଦ ପୁରୁଷ ବାଜୁବାବୁଙ୍କ କର୍ମଭୂମୀ ଭାବେ ପରିଚିତି ହାସଲ କରିଥିବା ଏହି ଐତିହ୍ୟ ସମ୍ପନ୍ନ ସହରରେ ସୂର୍ଗତ ବିଜୁବାବୁ ୧୯୯୩ମସିହାରେ ନୂତନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଶୁଭ ଦେଇଥିଲେ । ଓଡିଶାର ପୁରାତନ ନୈାବାଣିଜ୍ୟ ଓ ସ୍ୱାଧୀନତା ସଂଗ୍ରାମକୁ କେନ୍ଦ୍ରାପଡାର ବିଶେଷ ଅବଦାନ ଥିଲା । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଥିବା ପୁରୁଣା କୋଠାକୁ ଭଙ୍ଗାଯାଇ ଏବଂ ଖାଲିଥିବା ସ୍ଥାନରେ ଜିଲ୍ଲା କାର୍ଯ୍ୟାଳୟର ସଂପ୍ରସାରଣ ଗୃହ ନିର୍ମାଣ କରାଗଲେ କିଛି ଅସୁବିଧା ହେବନାହିଁ । ତେଣୁ ଏସବୁକୁ ବିଚାର ପୂର୍ବକ ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅନ୍ୟତ୍ର ସ୍ଥାନାନ୍ତର କରାନଯିବାକୁ କେନ୍ଦ୍ରାପଡା ସିଟିଜେନ ଫୋରମର ସଭାପତି ପ୍ରାଧ୍ୟାପକ ନନ୍ଦ କିଶୋର ପରିଡା, କାର୍ଯ୍ୟକାରି ସଭାପତି ପ୍ରାଧ୍ୟାପକ ଅଜୟ କୁମାର ସାମଲ, ଆବାହକ ତଥା ପୂର୍ବତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀ, ଜିଲ୍ଲା ଓକିଲ ସଙ୍ଘ ସଭାପତି ଧ୍ରୁବ ଚରଣ ଜେନା,ବିଜୟ କୃଷ୍ଣ ସାହୁ,ସୟଦ ଅକମଲ ଅଲ୍ଲୀ,ବରିଷ୍ଠ ଓକିଲ ପ୍ରଭାତ ଅଧିକାରୀ,ପୂର୍ବତନ ପୈାରପାଳ ଧିରେନ ସାହୁ,ଡା.ବିଶ୍ୱ ପ୍ରକାଶ କାନୁନଗୋ,ଡେରାବିଶି ବ୍ଲକ ଅଧ୍ୟକ୍ଷ ସରୋଜ ସାହୁ,ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ଡଃ.ବାସୁଦେବ ଦାସ,ପ୍ରବୀର ମହାନ୍ତି,ବୈଦ୍ୟନାଥ ଚାଟାର୍ଜୀ,ସରୋଜରାଜ ସିଂ,ଗଗନବିହାରୀ ଜେନା,ଜିଲ୍ଲା ପରିଷଦ ସଭ୍ୟ ସନ୍ତୋଷ କୁମାର ଜେନା,ସିପିଆଇଏମର ରାଜ୍ୟ ସଦସ୍ୟ ଉମେଶ ଚନ୍ଦ୍ର ସିଂହ,ବିଧୁଭୂଷଣ ମହାପାତ୍ର , ଶରତ ବେହୁରା ପ୍ରମୁଖ ଶତାଧିକ ଲୋକ ଦାବିପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ