ଜିଲ୍ଲାପାଳଙ୍କ କ୍ୟୁରେସିମହଲା କଂଟେନମେଂଟ ଯୋନ ପରିଦର୍ଶନ
କେନ୍ଦ୍ରାପଡା , (ଚିତ୍ତରଞ୍ଜନ ଦାସ); କେନ୍ଦ୍ରାପଡା ପୈାରାଚଂଳ ଅନ୍ତର୍ଗତ ୧୫ ନମ୍ବର ୱାର୍ଡର କ୍ୟୁରେସିମହଲାରୁ ଜଣେ କରୋନା ପଜିଟିଭ ବାହାରିବା ପରେ ଶନିବାର ଅପରାହ୍ନରେ ସେହି ଅଚଂଳକୁ ପ୍ରଶାସନ କଂଟେନମେଂଟ ଯୋନ ଭାବରେ ଘୋଷଣା କରିଥିଲା । ଆଜି ସେହି କଂଟେନମେଂଟ ଯୋନ ପରିସରକୁ ଜିଲ୍ଲାପାଳ ସମର୍ଥ ବର୍ମା ପରିଦର୍ଶନରେ ଯାଇ ସେହି ଅଚଂଳର କଂଟ୍ରାକ୍ଟ ଟ୍ରେସିଂ କରାଯିବା ସହିତ କରୋନା ପଜିଟିଭବ୍ୟକ୍ତିଙ୍କ ଡାଇରେକ୍ଟ କଂଟାକ୍ଟରେ ଆସିଥିବା ସେହି ଅଚଂଳର ଲୋକମାନଙ୍କର କିଭଳି ବ୍ୟାପକ ଭାବରେ ଆଂଟିଜେଂଟ ପରୀକ୍ଷା କରାଯାଇପାରିବ ସେ ସମ୍ପର୍କରେ ସଂପୃକ୍ତ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ । ଏକ୍ଷେତ୍ରରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିଥିବା ପୈାରସଂସ୍ଥାର ଅଧିକାରୀ, କର୍ମଚାରୀ, ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଓ ପୋଲିସ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ ଜିଲ୍ଲାପାଳ ଶ୍ରୀ ବର୍ମା । ଜିଲ୍ଲାପାଳଙ୍କ ଏହି ପରିଦର୍ଶନ ସମୟରେ ପୈାରନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ,ଡାକ୍ତର ବିରେନ୍ଦ୍ର କୁମାର ଦାଶ,ସ୍ୱାସ୍ଥ୍ୟକର୍ମୀ ଓ ପୈାରସଂସ୍ଥା କର୍ମଚାରୀମାନେ ଉପସ୍ଥିତ ଥିଲେ ।