ଜିଲ୍ଲାପାଳଙ୍କ ଦ୍ବାରା ରାଇରଙ୍ଗପୁର ନବ ନିର୍ମିତ ଅତିରିକ୍ତ ରାଜସ୍ବ ବିଶ୍ରାମ ଗୃହ ଉଦଘାଟିତ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ରାଜସ୍ବ ବିଶ୍ରାମ ଗୃହର ଅତିରିକ୍ତ ନବ ନିର୍ମିତ ଗୃହ ସୋମବାର ଦିନ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ବାଜଙ୍କ କର କମଳରେ ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନ କାର୍ଯ୍ଯକ୍ରମରେ ରାଇରଙ୍ଗପୁର ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରା,ସହକାରୀ ଜିଲ୍ଲାପାଳ ଧର୍ମେନ୍ଦ୍ର ଶତପଥୀଙ୍କ ସମେତ ଉପଜିଲ୍ଲାପାଳ କାର୍ଯ୍ଯାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ରାଇରଙ୍ଗପୁର ରାଜସ୍ବ ବିଶ୍ରାମାଘରର ଆବଶ୍ଯକତାକୁ ଦେଖି ଜିଲ୍ଲାପାଳ ମହୋଦୟ ଏହାର ନବକଳେବର ପାଇଁ ସ୍ବତନ୍ତ୍ର ଧ୍ଯାନ ଦେଇ ପଦକ୍ଷେପ ନେଇଥିଲେ । ଯାହାଫଳରେ ଆଜି ତାର ନବକଳେବର ହୋଇପାରିଲା । ବାମନଘାଟି ଉପଖଣ୍ଡ ଗସ୍ତରେ ଆସୁଥିବା ବିଭିନ୍ନ ବିଭାଗର ସଚିବ, ଉଚ୍ଚ ସ୍ତରୀୟ ପଦାଧିକାରୀ,ସାଂସଦ,ବିଧାୟକ,ମନ୍ତ୍ରୀ ମାନଙ୍କ ସ୍ବଳ୍ପ ସମୟ ପାଇଁ ରହଣିରେ କାମରେ ଲାଗିପାରିବ । ରାଜସ୍ବ ବିଶ୍ରାମ ଗୃହର ନବକଳେବର ପାଇପାଇଁ ଜିଲ୍ଲାପାଳଙ୍କ ଭୂମିକାକୁ ସାଧାରଣରେ ପ୍ରଶଂସା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ