ଜିଲ୍ଲାପାଳଙ୍କ ଦ୍ଵାରା ବିଭିନ୍ନ ପ୍ରକଳ୍ପ ଉଦଘାଟନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ପ୍ରତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଆନ୍ତରିକତାର ସହଯୋଗ ଯୋଗୁଁ ଦିନକୁ ଦିନ ପ୍ରତ୍ୟେକ ବ୍ଲକରେ ବିକାଶ ଘଟିବାରେ ଲାଗିଛି। ଏହି ପରିପେକ୍ଷୀରେ ଶ୍ରୀ ପଣ୍ଡା ମଙ୍ଗଳବାର ଦିନ ମୋହନା ବ୍ଳକର ୨ଟି ପଞ୍ଚାୟତକୁ ଆସି ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି। ଜିଲ୍ଲାପାଳଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଓଡିଶା ଆଦିମ ଜନଜାତି ସଶକ୍ତିକରଣ ଓ ଜୀବିକା ଉନ୍ନତିକରଣ କାର୍ଯ୍ୟକ୍ରମ ମାଧ୍ଯମରେ ଚନ୍ଦ୍ରଗିରି ସଉରା ଉନ୍ନୟନ ସଂସ୍ଥା ପକ୍ଷରୁ ବାଘମାରୀ ପଞ୍ଚାୟତ ଅଧିନ ଜାଲିବାଡ଼ି ଗ୍ରାମବାସୀଙ୍କୁ ପାଇପ ମାଧ୍ୟମରେ ଚାଷଜମିକୁ ଜଳଯୋଗାଣ କରାଯିବା ସହ ଶିକୁଳିପଦର ଗ୍ରାମର ପ୍ରତ୍ୟେକ ଘରକୁ ପାନୀୟ ଜଳ, ଗର୍ଭବତୀ ଓ ପ୍ରସୂତିଙ୍କ ଖାଦ୍ୟ କେନ୍ଦ୍ର , ଶସ୍ଯ ଖଳା ଓ ଅଣ୍ଡାଦିଆ କୁକୁଡା କେନ୍ଦ୍ର ପରିଦର୍ଶନ କରି ଉଦଘାଟନ କରିଥିଲେ। ଏହି ଅବସରରେ ଚନ୍ଦ୍ରଗିରି ସ୍ଥିତ ସଉରା ଉନ୍ନୟନ ସଂସ୍ଥା ପରିସର ମଧ୍ୟରେ ୧୫ଜଣ ହିତାଧିକାରୀଙ୍କୁ ସାଇକେଲ ବଣ୍ଟନ ଓ ୩୪ଜଣ ଆଦିବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ, ବ୍ଳକ ଅଧ୍ଯକ୍ଷ ରଞ୍ଜିବ ଶବର, ଚନ୍ଦ୍ରଗିରି ଜିଲ୍ଲା ପରିଷଦ ସଭ୍ୟ ସୁନିଲ କୁମାର ବିଷୋୟୀ, ଚନ୍ଦ୍ରଗିରି ସଉରା ଉନ୍ନୟନ୍ନ ସଂସ୍ଥା ସ୍ଵତନ୍ତ୍ର ଅଧିକାରୀ ବନମାଳୀ ଭୂୟାଁ, ପ୍ରକଳ୍ପ ପରିଚାଳକ ଶ୍ରୀଧର ସାହୁ, ବାଘମାରୀ ସରପଞ୍ଚ ଜୟସେନ ଶବର, ଚ଼ନ୍ଦ୍ରଗିରି ସ୍ୱାସ ସଂସ୍ଥା ସଭାପତି ବି.ଜଗନ୍ନାଥ ରାଓଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ। ଆଗକୁ ମୋହନା ବ୍ଲକରେ ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ ସରକାରଙ୍କ ବିକାଶଧାରାକୁ ଦ୍ୱିଗୁଣିତ କରାଯିବ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ