ଜିଲ୍ଲାପାଳଙ୍କ ନିକଟରେ ଗୁହାରି କଲେ : ୭୦ ବର୍ଷୀୟ ବୃଦ୍ଧ

ଛତ୍ରପୁର, (ଦେବଦତ୍ତ ମହାରଣା) :ହଜିଗଲା ମାନବିକତା । ରକ୍ତ ପର କଲା ରକ୍ତକୁ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ତହସିଲ ଅନ୍ତର୍ଗତ ସମା ଗ୍ରାମରେ । ଦୁଇ ପୁଅ ଗୋଟେ ଝିଅକୁ ପାଠ ପଢାଇ ବଡ ମଣିଷ କଲାପରେ ସେହି ପୁଅ ଝିଅ ମାନେ ବାପାକୁ ପର କରିଦେବା ସହିତ ମରଣାତ୍ମକ ଆକ୍ରମଣ ମଧ୍ୟ କରିବାକୁ ପଛେଇ ନାହାନ୍ତି । ସମା ଗ୍ରାମର ତ୍ରିନାଥ ପ୍ରଧାନ (୭୦) ସମା ଗ୍ରାମରେ ଦୀର୍ଘ ବର୍ଷ ଧରି ପଞ୍ଚାୟତ ସେକ୍ରେଟାରୀ ଭାବେ କାର୍ଯ୍ୟ କରି ଭିଏଲଡବ୍ଲୁ ଭାବେ ପଦୋନ୍ନତି ପାଇ ତାଙ୍କ ଦାୟିତ୍ୱ ସୁଚାରୁ ରୂପେ ତୁଲାଇଥିଲେ । ଦୀର୍ଘ ୧୧ ବର୍ଷ ତଳେ ନିଜ କାର୍ଯ୍ୟରୁ ଅବସର ନେଇ ଖୁସିରେ ନିଜ ପରିବାର ପ୍ରତିପୋଷଣ କରିବାର ଆଶା ରଖିଥିଲେ ହେଲେ, ତାଙ୍କ ପୁଅ ଝିଅ ମାନେ ତାଙ୍କୁ ଘରୁ କାଡିବା ସହିତ ତାଙ୍କ ଉପରେ ମରଣାତ୍ମକ ଆକ୍ରମଣ କରିଥିଲେ । ଏନେଇ ସେ ପୁରୁଷୋତ୍ତମପୁର ଥାନାରେ ଲିଖିତ ଭାବେ ଜଣାଇଥିଲେ ମଧ୍ୟ କିଛି ସୁଫଳ ନ ମିଳିବାରୁ ସେ ଶୁକ୍ରବାର ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଗଞ୍ଜାମ ଜିଲ୍ଲାପାଳଙ୍କ ନିକଟରେ ଗୁହାରି କରିଛନ୍ତି । ତାଙ୍କୁ ପିତୃ ଅର୍ଜିତ ସମ୍ପତ୍ତିକୁ ବିକ୍ରିବଟା କରିବାରେ ସେ ବହୁ ଆକ୍ରୋଷର ଶିକାର ହେଉଥିବାରୁ ତାଙ୍କ ପିତୃ ଅର୍ଜିତ ସମ୍ପତ୍ତିକୁ ବିକ୍ରିବଟା କରିବାରେ ସହ ଯୋଗ କରିବା ସହିତ ତାଙ୍କ ଭରଣପୋଷଣ କରିବାରେ ସହଯୋଗ କରିବା ପାଇଁ ସେ ଗଞ୍ଜାମ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି । ସୂଚନା ଯୋଗ୍ୟ ଯେ, ଦୀର୍ଘ ୧୧ ବର୍ଷ ହେଲା ତାଙ୍କ ପୁଅ ଝିଅ ମାନେ ତାଙ୍କୁ ତାଙ୍କ ଘରୁ କାଡିଦେବା ସହ ତାଙ୍କୁ ବିଭିନ୍ନ ପ୍ରକାର ମାନସିକ ଓ ଶାରିରୀକ ଯନ୍ତ୍ରଣା ଦେଇ ଆସୁଛନ୍ତି । ଏଣୁ ସେ ଅନାଥଶ୍ରମରେ ଦିନ କାଟୁଥିବା ମଧ୍ୟ ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ