ଜିଲ୍ଲାପାଳଙ୍କ ନୂଆଗଡ଼ ବ୍ଲକ ଗସ୍ତ, ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଉଦ୍ଘାଟନ ସହ ପରିଦର୍ଶନ
ନୂଆଗଡ଼, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଗସ୍ତକଲେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା। ବ୍ଲକର ବିଭିନ୍ନ ସ୍ଥାନରେ ଉନ୍ନୟନ ମୂଳକ କାର୍ଯ୍ୟ ପରିଦର୍ଶନ କରିବାସହ ଉଦଘାଟନ କରିଥିଲେ। ପ୍ରଥମେ କେ.ଝାଲର ସିଂ ଗ୍ରାମରେ ନୂତନ ଭାବେ ଆରମ୍ଭ ହେବାକୁ ଯାଉଥିବା ଜିଲ୍ଲାର ପ୍ରଥମ ଏବଂ ଚଳିତ ଆର୍ଥିକ ବର୍ଷରେ ରାଜ୍ୟର ପ୍ରଥମ ପ୍ରକଳ୍ପ ଯାହାକି ୪୦୦୦ କୁକୁଡ଼ା ଚିଆଁ ଉତ୍ପାଦନ କେନ୍ଦ୍ର, କୁକୁଡ଼ା ପାଳନ କେନ୍ଦ୍ର ସହ କୁକୁଡ଼ା ପ୍ରଜଜନ କେନ୍ଦ୍ର ଏବଂ ତାବରଡା ପଞ୍ଚାୟତ ଅନ୍ତର୍ଗତ ଜନାପଦା ଗ୍ରାମରେ ନବ ନିର୍ମିତ ମୁଖ୍ୟମନ୍ତ୍ରୀଙ୍କ କୃଷି ଉଦ୍ୟଗ ଯୋଜନା ଅନ୍ତରଭୁକ୍ତ ବ୍ୟବସାୟ ଭିତ୍ତିକ ଛେଳି ଫାର୍ମ ଏହି ସବୁ ଉନ୍ନୟନ ମୂଳକ ପ୍ରକଳ୍ପ ଉଦଘାଟନ କରିଥିଲେ। ଏହି କାର୍ଯ୍ୟ କ୍ରମରେ ସ୍ଥାନୀୟ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ରୋମଞ୍ଚଳ ଖମାରୀ, ସିଦିଭିଓ ଗିରିସ କୁମାର ମହାନ୍ତି, ଡିପିଏମ ପ୍ରିୟମ୍ବଦା ବିଶାୟୀ, ବିଡିଓ ଲବନ୍ୟେନ୍ଦୁ ମହାନ୍ତି, ବିଭିଓ ତପସ୍ଵିନୀ ନାୟକ, ଭିଏଏସ ଡଃ ଏସକେ ରେଡି,ଜିଲ୍ଲାପରିଷଦ ରାଜୀବ ଦୋରା ସହ ସମସ୍ତ ପିଆରଆଇ ମେମ୍ବର ସମେତ ଶୟଂ ସହାୟକ ଗୋଷ୍ଟିର ସଦସ୍ୟା ମାନେ ଉପସ୍ଥିତ ଥିଲେ