ଜିଲ୍ଲାପାଳଙ୍କ ପରିଦର୍ଶନପରେ ମୈାଳିକ ସୁବିଧା ନିର୍ଦେଶ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରାପଡା ନଜୱାନ ୟୁନିଅନର ଅନୁରୋଧ କ୍ରମେ ଜିଲ୍ଲାପାଳ ସମର୍ଥ ବର୍ମା କେନ୍ଦ୍ରାପଡା ପୈାରାଚଂଳ ଅନ୍ତର୍ଗତ ୭ନମ୍ବର ୱାର୍ଡର ଗୈାଡଗୋପ-ମେହେମୁଦାବାଦସ୍ଥିତ କବରସ୍ତାନକୁ ପରିଦର୍ଶନ କରିବା ପରେ ସେଠାରେ ବିଭିନ୍ନ ସମସ୍ୟା ସମ୍ପର୍କରେ ଉପସ୍ଥିତ ସଂଖ୍ୟାଲଘୁ ସଂପ୍ରଦାୟର ଲୋକମାନଙ୍କ ସହ ଆଲୋଚନା କରିବା ପରେ କବରସ୍ତାନରେ ଆବଶ୍ୟକ ହେଉଥିବା ପିଇବାପାଣି ଓ ଉଜ୍ଜ୍ୱଳ ଆଲୋକର ବ୍ୟବସ୍ଥା ତୁରନ୍ତ କରିବା ପାଇଁ ସେଠାରେ ଉପସ୍ଥିତ ଥିବା ପୈାରନିର୍ବାହୀ ଅଧିକାରୀ ଦେବପ୍ରସାଦ ବଳଙ୍କୁ ନିର୍ଦେଶ ଦେଇଥିଲେ । ଜିଲ୍ଲାପାଳଙ୍କ ପରିଦର୍ଶନ ସମୟରେ ସେଠାରେ ପୂର୍ବତନ ବରିଷ୍ଠ କାଉନସିଲର ହିବଜୁର ରହେମାନ, ଅକ୍ତର ଅଲ୍ଲୀ, ସେକ ଟିକା, ଅବଦୁଲ ମଜିଦ, ଆଝାରୁଦ୍ଦିନ ଖାନ, ଅବରାର ଖାନ, ନଇମ ଖାନ, ସେକ ବାସା, ସେକ ଅବଦୁଲ ମତିନ, ସେକ ଏହେସାନ(ପପୁ), ଆଇନଜୀବି ସେକ ଲିୟାକୁଦ୍ଦିନ, ସେକ ଇମ୍ରାନ, ସୟଦ ଇଜାଦୁଲ ହୋସନ, ସେକ ସମ୍ମିଉଲ୍ଲା, ସେକ ମସ୍କର, ସେକ ହାପି, ସେକ ଅସଲମ, କଲିମ ଖାନ, ସେକ ହାକିମନ, ଅହେମଦ ଖାନ, ସେକ ଚାନ୍ଦ ପ୍ରମୁଖ ଉପସ୍ଥିତ ରହି ଜିଲ୍ଲ୍ାପାଳଙ୍କ ସହିତ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।