ଜିଲ୍ଲାପାଳଙ୍କ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ପରିଦର୍ଶନ

ଶେରଗଡ,(ଯୁଗାବ୍ଦ ନ୍ୟୁଜ୍‌): ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ବୁଧବାର ଶେରଗଡ ଗସ୍ତ କରି ବିଭିନ୍ନ ଉନ୍ନୟନ ମୁଳକ ପ୍ରକଳ୍ପ ପରିଦର୍ଶନ କରିଛନ୍ତି । ଏଥିସହ ଧନନ୍ତର ପଂଚାୟତର ନାଥେଶ୍ୱର ପୋଖରୀ,ଧବଳପୁର. ଓ କାଚଖଣ୍ଡି ଆଦି ପରିଦର୍ଶନ କରି ବ୍ଲକରେ ପହଞ୍ଚି ଦିନଦୟାଲ ଉପାଧ୍ୟୟ ଯୋଜନାରେ ଏକ ନିଯୁକ୍ତି ଓ ପରାମର୍ଶ ଶିବିରକୁ ଶୁଭାରମ୍ଭ କରିଥିଲେ । ଏହା ପରେ ସେ କରଡକଣା ଉଦୟନାଥପୁର ମନ୍ଦିର ପ୍ରାଙ୍ଗଣରେ ଏକ ପାର୍କ ନିର୍ମିତ ହେଉଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ । ଏହା ପରେ ପ୍ରତିଗ୍ରାମରେ ଏହିପରି ପାର୍କ ନିର୍ମାଣ କରିବା ସହ ଗଛ ଲତା ଲଗାଇବା ବନ ବିଭାଗର ନିର୍ଦେଶକ୍ରମେ ବୃକ୍ଷରୋପଣ କରିବାକୁ କହିବା ସହ ଗ୍ରାମରେ ପାର୍କ ନିର୍ମାଣ ପିଲାମାନଙ୍କ ପାଇଁ ମଜାମଜଲିସ କରିବାକୁ ନିର୍ଦେଶ ଦେଇଥିଲେ ବିଡିଓ ସୁରଙ୍ଗନ କୁମାର ସାହୁ ନିର୍ଦେଶ ଦେଇଥିଲେ । ଏଥିସହ ବିଭିନ୍ନ ପୋଖରୀ କାର୍ଯ୍ୟ ଓ ମହାତ୍ମାଗାନ୍ଧି ଜାତୀୟ ଗ୍ରାମିଣ କର୍ମନିଯୁକ୍ତିରେ ଶ୍ରମିକ ମାନଙ୍କର କାମ ଦେଖି୍‌ଥିଲେ । ଏଥିସମୟରେ ବ୍ଲକ ଅଧକ୍ଷା ସାରସା ସ୍ୱାଇଁ ,ଉପାଧକ୍ଷ ବିଶ୍ୱନାଥ ସ୍ୱାଇଁ ,ଏଥିସହ ବହୁ ବ୍ୟକ୍ତି ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ