ରାମେଣ୍ଡା କ୍ରିକେଟ ଟୁର୍ଣାମେଣ୍ଟ , ବୁଗୁଡା ଚମ୍ପିୟାନ

ବୁଗୁଡା,(ଯୁଗାବ୍ଦ ନ୍ୟୁଜ୍‌): ବୁଗୁଡା ବ୍ଲକ ଅନ୍ତର୍ଗତ ରାମେଣ୍ଡା ମା ଠାକୁରାଣୀ କ୍ରିକେଟ ଟୁର୍ଣାମେଣ୍ଟ ବୁଧବାର ଦିନ ଉଦଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ ବୁଗୁଡା ଟିମ ଓ ଗୋଲିଆ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ସଂଘର୍ଷ ପୂର୍ଣ୍ଣ ମ୍ୟାଚରେ ବୁଗୁଡା ଟିମ ବିଜୟୀ ହୋଇ ଚମ୍ପିୟାନ ସିଲଡ଼ ନେଇଥିବା ବେଳେ ଗୋଲିଆ ଟିମ ରନର୍ସଅପ ହୋଇଥିଲେ।ଉଦଯାପନୀ ଉତ୍ସବରେ ଜିଲ୍ଲା ପରିଷଦ ସଦସ୍ୟା ଭୁବନେଶ୍ୱରୀ ଖଟେଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୁଗୁଡା ଟିମକୁ ଚମ୍ପିୟାନ ସିଲଡ଼ ପ୍ରଦାନ କରିଥିବା ବେଳେ ସରପଞ୍ଚ ବସନ୍ତ କୁମାର ସାମଲ ଗୋଲିଆ ଟିମକୁ ରନର୍ସଅପ ସିଲଡ଼ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୁର୍ବତନ ଜିଲ୍ଲା ପରିଷଦ ସଭ୍ୟ ଖଦାଳ ଖଟେଇ ଓ ନେପାଳ ପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ