ଜିଲ୍ଲାପାଳଙ୍କ ଭଞ୍ଜନଗର ଗ୍ରସ୍ତ, ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମୀକ୍ଷା
ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଗତକାଲି ଭଞ୍ଜନଗର ଉପଖଣ୍ଡର ବିଭିନ୍ନ ବ୍ଳକ୍ ଗସ୍ତ କରି କରୋନା ପାଇଁ ସର୍ତ୍ତକତା ମୂଳକ ପଦକ୍ଷେପ ନେବା ସହ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସେହିପରି ଭଞ୍ଜନଗର ବ୍ଳକ ସମିଳନୀ କକ୍ଷରେ ଯୋଗ ଦେଇ ବର୍ତ୍ତମାନ କରୋନାର ଦ୍ୱତୀୟ ଲହରୀ ଆରମ୍ଭ ହୋଇଥିବା ଆଭାସ ମିଳୁଥିବା ଯୋଗୁ ବର୍ତ୍ତମାନ ଠାରୁ ହିଁ ସର୍ତ୍ତକତା ମୂଳକ ପଦକ୍ଷେପ ଗ୍ରହଣ କଲେ ସ୍ଥତି ନିୟନ୍ତ୍ରଣରେ ରହିପାରିବ ବୋଲି ଶ୍ରୀ କୁଲାଙ୍ଗେ କହିଥିଲେ । ଏଥି ନିମନ୍ତେ ଆଜି ଠାରୁ ଜିଲ୍ଲାରେ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ଯାଞ୍ଚ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ଶ୍ରୀ କୁଲାଙ୍ଗେ ପ୍ରକାଶ କରିଛନ୍ତି। ଭୋଜି,ବଣ ଭୋଜି,ବିଶେଷ କରି ଗ୍ରାମାଞ୍ଚଳରେ ହେଉଥିବା ତାସ୍ ଖେଳରେ ସାମାଜିକ ଦୂରତ୍ୱ ରହୁନଥିବାରୁ ଏହା ଠାରୁ ସମସ୍ତଙ୍କୁ ଦୂରେଇ ରହିବା ପାଇଁ ସମସ୍ତ ସରପଞ୍ଚ ସମିତି ସଭ୍ୟ, ବ୍ଳକ୍ କର୍ମଚାରୀ ମାନଙ୍କୁ କହିଥିଲେ, ଏଥିସହ ଗ୍ରାମାଞ୍ଚଳରେ ଲୋକ ମାନଙ୍କ ଆର୍ଥିକ ସ୍ଥିତି ଭୂଶୁଡି ପଡିଥିବା ବେଳେ ନରେଗାରେ ଅଧିକରୁ ଅଧିକ ଶ୍ରମ ଦିବସ ସୃଷ୍ଟି କରିବା ପାଇଁ କହିଥିଲେ। ଏଥି ନିମିତ୍ତ ସବୁ ପଞ୍ଚାୟତରେ ଆବଶ୍ୟକ ଅଙ୍ଗନବାଡି କେନ୍ଦ୍ର,ପୋଖରୀ,ହୁଡା ନିର୍ମାଣ, ମୋ ଉପକାରୀ ବଗିଚା , ଖେଳପଡିଆ,ସରକାରୀ କୋଠା,ବୃକ୍ଷ ରୋପଣ ଆଦି ନରେଗାରେ ଯୋଜାନାରେ ଅର୍ନ୍ତଭୁକ୍ତ କରି ଲୋକ ମାନଙ୍କୁ ନିୟୋଜିତ କରିବା ପାଇଁ ସମସ୍ତ ଜନପ୍ରତିନିଧି ଓ ଅଧିକାରୀ ମାନଙ୍କୁ କହିଥିଲେ । ଯେଉଁ କର୍ମଚାରୀ ମାନେନ ନରେଗାରେ ଶ୍ରମ ଦିବସ ସୃଷ୍ଟି କରି ଲୋକ ମାନଙ୍କୁ ରୋଜଗାର ଦେବାରେ ହେଳା କରିବେ ସେମାନଙ୍କ ବିେରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଥିଲେ । ଏଥିସହ ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରକୁ ଆଲୋକ ଓ ପାନିୟ ଜଳ ବ୍ୟବସ୍ଥା କରିବା ପାଇଁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମୋ ସ୍ୱାଭିମାନ ସ୍ଵଛ ଗଞ୍ଜାମକୁ ତ୍ଵରାନିତ୍ଵ କରିବା ପାଇଁ ସହରାଞ୍ଚଳ ଭଳି ଗ୍ରାମାଞ୍ଚଳରେ ମଧ୍ୟ ପରିମଳ ବ୍ୟବସ୍ଥା କରି ପ୍ରତି ଘରରୁ ଅଳିଆ ସଂଗ୍ରହ କରି ଆର୍ବଜନା ପରିଚାଳନା କରାଯିବା ନେଇ ସେ ବୈବଠକରେ ପ୍ରକାଶ କରିଥିଲେ। ଜିଲ୍ଲାପାଳଙ୍କ ଏହି ଗ୍ରସ୍ତ ସମୟରେ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ , ବିଡ଼ିଓ ଅନିଲ କୁମାର ସେଠୀ, ତହସିଲଦାର ଆଲୋକ କୁମାର ପ୍ରଧାନ,ଏନଏସି କାଯ୍ୟ ନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ, ସିଡିପିଓ ବିଷ୍ଣୁପ୍ରିୟା ସେଠୀ, ବ୍ଳକ ଅଧ୍ୟକ୍ଷ। ବିନ ଦଳ ବେହେରା , ଉପାଦକ୍ଷା ଜିତେନ୍ଦ୍ର କେଶରୀ ଆରୁଖ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।