ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ମାଲକାନଗିରି/କାଲିମେଳା,(ମନୋଜ କୁମାର ସାହା):କାଲିମେଳା ବ୍ଲକରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସମ୍ମିଳନୀ କକ୍ଷରେ ପିଡି ଡିଆରଡିଏ ନରେଶ ଚନ୍ଦ୍ର ଶବରଙ୍କ ଅଧକ୍ଷତାରେ ଆୟଅଜିତ ଏହି କାର୍ଯ୍ୟକ୍ରମରେ ସମସ୍ତ ପଞ୍ଚାୟତରୁ ଆସିଥିବା ଲୋକଙ୍କ ବିଭିନ୍ନ ଅଭିଯୋଗ ଗ୍ରହଣ କରାଯାଇଥିଲା। ବିଶେଷ କରି ସ୍ୱାସ୍ଥ୍ୟ, ଗମନାଗମନ, ଡ୍ରେନ୍ ନିର୍ମାଣ ଓ ଯୋଗାଯୋଗ ସମ୍ବନ୍ଧୀୟ ଅଭିଯୋଗ ଗୁଡିକର ଶୁଣାଣୀ କରାଯାଇଥିଲା। ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ମୋଟ ୨୭ ଗୋଟି ଅଭିଯୋଗର ଶୁଣାଣି କରଯାଇଥିଲା। ସମସ୍ତ ଅଭିଯୋଗ ଗ୍ରହଣ ଅପପରେ ତୁରନ୍ତ ଏ ଦିଗରେ ପଦେକ୍ଷପ ଗ୍ରହଣ କରିବାକୁ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ମାଲକାନଗିରି ପିଏ ଆଇଟିଡିଏ, ପୋଲିସର ବରିଷ୍ଠ ଅଧିକାରୀ, ବ୍ଲକର ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ଓ କାଲିମେଳା ବ୍ଲକର ବିଭିନ୍ନ ଅଞ୍ଚଳର ଜନ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ