ଜିଲ୍ଲାପାଳଙ୍କ ସାନଖେମୁଣ୍ଡି ବ୍ଲକ୍ ଗ୍ରସ୍ତ : କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କଲେ ଜିଲ୍ଲାପାଳ 

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଗୁରୁବାର ଦିନ ସାନଖେମୁଣ୍ଡି ବ୍ଳକ ଗସ୍ତ କରି ୫ ଟି ଅଧିନରେ କାର୍ଯ୍ୟକାରୀ ହେଉଥିବା ହାଇସ୍କୁଲ ରୂପାନ୍ତରିତ କାର୍ଯ୍ୟର ଅଗ୍ରଗତି ନେଇ ନିର୍ମାଣଧୀନ ସ୍ମାର୍ଟ ସ୍କୁଲର ପରିଦର୍ଶନ, ସମୀକ୍ଷା କରିଥିବା ଦେଖିବାକୁ ମିଳିଛି । ସରକାର ଛାତ୍ରଛାତ୍ରୀ ଙ୍କୁ ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ଜିଲ୍ଲାରେ ଚାଲିଥିବା ମୋ ସ୍କୁଲ ଯୋଜନାରେ ସ୍ମାର୍ଟ ହାଇସ୍କୁଲରେ ପରିଣତ ହେଉଥିବା ଜଣାପଡିଛି। ଆସନ୍ତା ଜୁନ ୩ ତାରିଖରେ ଜିଲ୍ଲାର ୨୩୩ ଗୋଟି ସ୍ମାର୍ଟ କ୍ଳାସର ଭର୍ଚୁଆଲ ମିଟିଂ ମାଧ୍ୟମ ରେ ଉଦଘାଟନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ବେଳେ ଏବେ ସମସ୍ତ ହାଇସ୍କୁଲ ମାନଙ୍କର ଦ୍ବିତୀୟ ପର୍ଯ୍ୟାୟରେ ନିର୍ମାଣ କାର୍ଯ୍ୟ ଶେଷ ସ୍ତରରେ ପହଞ୍ଚିଛି । ଏନେଇ ଆଜି ଜିଲ୍ଲାପାଳ ସାନଖେମୁଣ୍ଡି ବ୍ଲକ ଗସ୍ତ କରି ପ୍ରଥମେ ବ୍ଳକ ଉନ୍ନୟନ ଅଧିକାରୀ ଗାୟତ୍ରୀ ଦତ୍ତ ନାୟକଙ୍କ ସହ ବ୍ଳକର ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଏହାପରେ ବିଭିନ୍ନ ପଞ୍ଚାୟତରେ କାର୍ଯ୍ୟକାରୀ ହେଉଥିବା ସ୍ମାର୍ଟ୍ ସ୍କୁଲ ପାଟପୁର , ଏରେଣ୍ଡ୍ରା , ଖଲିଙ୍ଗି , ଡେଙ୍ଗାଡ଼ି, କଉଡିଆ , କଙ୍କୋରଡା , ରାମଚନ୍ଦ୍ରପୁର , ଏସ୍ . ଗୋପାଳପୁର , ଜିଉରା, ସିଙ୍ଗିପୁର , ମୌଳାଭଞ୍ଜା , ପଟିଗୁଡା , ଚୁଦଙ୍ଗପୂର୍,ସାହାସପୂର୍, ଗୈାତମୀ ପଞ୍ଚାୟତ ଗ୍ରସ୍ତ  କରି ସେଠାରେ ଚାଲିଥିବା ନିର୍ମାଣଧିନ କାର୍ଯ୍ୟର ଅନୁଧ୍ୟାନ କରିବା ସହ କାର୍ଯ୍ୟକୁ ପର୍ଯ୍ୟାୟକ୍ରମେ ତ୍ବରାନ୍ବିତ କରିବା ପାଇଁ ବ୍ଳକ ପ୍ରଶାସନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ କାର୍ଯ୍ୟରେ ଅବହେଳା କରାଗଲେ ଦୃଢ଼ କାର୍ଯ୍ୟାୁଷ୍ଠାନ ଗ୍ରହଣ କରାଯିବା ପାଇଁ କହିଥିଲେ।ଜିଲ୍ଲାପାଳଙ୍କଏହି ଗସ୍ତ ସମୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ନାୟକ ସମେତ , ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ କୁରେଶୁ ସେଠୀ , ସହକାରୀ ଯନ୍ତ୍ରୀ , ନିର୍ବାହୀ ଯନ୍ତ୍ରୀ , କନିଷ୍ଠ ଯନ୍ତ୍ରୀ ପଞ୍ଚାୟତ ନିର୍ବାହୀ ଅଧିକାରୀ , ସ୍ଥାନୀୟ ସରପଞ୍ଚ , ସମିତି ସଭ୍ୟ, ପ୍ରଧାନଶିକ୍ଷକ/ ଶିକ୍ଷୟିତ୍ରୀ ସମେତ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ