ରାଜ୍ୟ ସ୍ତରୀୟ ଯୋଗ ଅଲିମ୍ପିଆଡ଼ : ପୋଲସରା ବ୍ଲକରୁ ଜଣେ

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ଜିଲ୍ଲା ସ୍ତରୀୟ ଯୋଗ ଅଲିମ୍ପିଆଡ଼ ପ୍ରତିଯୋଗିତା ପାଇଁ ପୋଲସରା ବ୍ଲକରୁ ୮ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିବା ବେଳେ ଜଣେ ଛାତ୍ର ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଏବିଇଓ ସ୍ୱରୂପ କୁମାର ପାତ୍ର ପ୍ରକାଶ କରିଛନ୍ତି । ପୋଲସରା ବ୍ଲକ ସ୍ତରୀୟ ଯୋଗ ଅଲିମ୍ପିଆଡ଼ ପ୍ରତି ଯୋଗିତା ଅନୁଷ୍ଠିତ ହୋଇ ୮ ଜଣ ଛାତ୍ରଛାତ୍ରୀ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାକୁ ମନୋନୀତ ହୋଇଥିଲେ । ମଇ ୨୪ ତାରିଖ ଦିନ ବ୍ରହ୍ମପୁରରେ ଗଞ୍ଜାମ ଜିଲ୍ଲା ସ୍ତରୀୟ ଯୋଗ ଅଲିମ୍ପିଆଡ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ୧୪ ବର୍ଷରୁ କମ ବାଳକ ଓ ବାଳିକା ଏବଂ ୧୬ ବର୍ଷରୁ କମ ବାଳକ ଓ ବାଳିକା, ଏହିପରି ଚାରିଗୋଟି ବିଭାଗରେ ସମଗ୍ର ଜିଲ୍ଲାର ବିଭିନ୍ନ ବ୍ଲକରୁ ଯୋଗଦେଇଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ପୋଲସରା ବ୍ଲକର କଣଛାଇ କୃଷ୍ଣଚନ୍ଦ୍ର ବିଦ୍ୟାପୀଠ ର ଛାତ୍ର କାହ୍ନା ବିଷୋୟୀ ୧୬ ବର୍ଷରୁ କମ ବାଳକ ବିଭାଗରେ ଯୋଗ୍ୟ ବିବେଚିତ ହୋଇ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଯୋଗ ଦେବାକୁ ମନୋନୀତ ହୋଇଥିବା ପ୍ରଧାନ ଶିକ୍ଷକ ଅଶୋକ କୁମାର ପାଣିଗ୍ରାହୀ ପ୍ରକାଶ କରିଛନ୍ତି । ଆସନ୍ତା ମଇ ୨୮ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟସ୍ତରୀୟ ଯୋଗ ଅଲିମ୍ପିଆଡ଼ ପରିଯୋଗୀତା ଭୁବନେଶ୍ୱର, ୟୁନିଟ ୩ ର କ୍ୟାପିଟାଲ ହାଇ ସ୍କୁଲରେ ଅନୁଷ୍ଠିତ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ