ଜିଲ୍ଲାପାଳ ବାଣ୍ଟିଲେ ସ୍ୱାସ୍ଥ୍ୟ କାର୍ଡ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ ର ୫ ଟି ପଞ୍ଚାୟତ ରେ ବୁଧବାର ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରଯାଇଛି । ସାନଖେମୁଣ୍ଡି ବି ଡି ଓ ଗାୟତ୍ରୀ ଦତ୍ତ ନାୟକ ଙ୍କ ସାଯୋଜନା ରେ ଆୟୋଜିତ କାର୍ଯ୍ୟକ୍ରମ ରେ ଖଣିଜ ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ରାଜ୍ୟ ଯୁବ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ବିଜୟ ନାୟକ, ସାନଖେମୁଣ୍ଡି ପୂର୍ବତନ ବିଧାୟିକା ତଥା ରାଜ୍ୟ ଉପଦେଷ୍ଟା ନନ୍ଦିନୀ ଦେବୀ, ବିଜେଡି ସାଧାରଣ ସମ୍ପାଦକ ଯୋଗେନ୍ଦ୍ର ସ୍ୱାଇଁ ଯୋଗ ଦେଇ କଂସାମାରି, ଛଣମେରୀ, କଂସାମାରି, ଆମ୍ବାଗା, ମୌଲାଭଞ୍ଜା, ଚୁଡଙ୍ଗପୂର୍ ପଞ୍ଚାୟତ ରେ ପାଞ୍ଚଶହ ହିତାଧିକାରୀ ଙ୍କୁ କାର୍ଡ ବଣ୍ଟନ କରାଯାଇଥିଲା ଏହି କାର୍ଯ୍ୟକ୍ରମ ରେ ବ୍ଲକ୍ ବିଜେଡି ସଭାପତି ନୀଳମାଧବ ରାଉତ, ବ୍ଲକ ଉପାଧ୍ୟକ୍ଷ ଗୋବିନ୍ଦ ସ୍ବାଇଁ, ଜିଲ୍ଲା ପରିଷଦ ସଭ୍ୟ ଶଙ୍କର୍ଷଣ ସ୍ୱାଇଁ,ସହଦେବ ପ୍ରଧାନ, ଧୋବା ସ୍ୱାଇଁ, ତୋଫାନ ସ୍ବାଇଁ, ଗଙ୍ଗାପାତ୍ର, ଅମିନ ପ୍ରଧାନ ସୂର୍ଯ୍ୟ ନାରାୟଣ ଦଳବେହେରା,କାଳୁ ଚରଣ ଭୁଁ ଆ ଙ୍କ ସମେତ ସମସ୍ତ ସରପଂଚ, ସମିତି ସଭ୍ୟ, ପଞ୍ଚାୟତର ଗ୍ରାମ ସେବକ ମାନେ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ