ଜିଲ୍ଲାରେ କାର୍ଯ୍ୟକ୍ଷମ ହେବ ଟାଟା, ହାଇଟେକ୍ ଓ ଅଶ୍ୱିନୀ କୋଭିଡ୍ ହସ୍ପିଟାଲ

ଛତ୍ରପୁର, (ଦେବଦତ୍ତ ମହାରଣା) :କୋଭିଡ୍ ର ତୃତୀୟ ଲହରକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାର ମୁକାବିଲା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳଙ୍କ ଓସ୍ୱାନ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମସ୍ତ ପ୍ରଶାସନିକ ଅଧିକାରୀ ଓ ମେଡିକାଲ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଟିକାକରଣ ଓ ମାସ୍କ ପରିଧାନ ଉପରେ ଗୁରୁତ୍ୱ ଦେବା ପାଇଁ ଜିଲ୍ଲାପାଳ କହିବା ସହ ଗ୍ରାମାଂଚଳର ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାଙ୍କ ସହ ଏନେଇ ଭିସି ଯୋଗେ ବୈଠକ କରାଯିବ, କଣ ସବୁ ପ୍ରତିଶେଧକ ବ୍ୟବସ୍ଥା ଗ୍ରହଣ କରାଯିବ ତାଙ୍କ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯିବ । ଅନ୍ୟ ପଟେ ସର୍ବସାଧାରଣ ସ୍ଥାନରେ ଭୋଜିକୁ ବାରଣ କରାଯିବା ସହ ତାରାତାରିଣୀ ମନ୍ଦିର ସହିତ ବିଭିନ୍ନ ମନ୍ଦିରରେ ଟିକା ନେଇଥିବା ଭକ୍ତଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବ ବୋଲି ଜିଲ୍ଲାପାଳ କହିବା ସହ ଓକ୍ସିଜେନ୍ ପ୍ଲାଂଟ୍ ଗୁଡ଼ିକରେ ଅକ୍ସିଜେନ୍ ଉତ୍ପାଦନ ଉପରେ ଗୁରୁତ୍ୱାରୋପ କରାଯିବ । ଜିଲ୍ଲାରେ ଅକ୍ସିଜେନ୍ ମହଜୁଦ୍ ଅଛି, କୋଭିଡ୍ ଆଇସିୟୁର ବ୍ୟବସ୍ଥା ମଧ୍ୟ ଅଛି, ୨୪ ଶଯ୍ୟା ଆଇସିୟୁ ଥିବା ବେଳେ ଆହୁରି ୬୬ ଶଯ୍ୟାର ବ୍ୟବସ୍ଥା କରାଯାଉଛି ବୋଲି ସେ କହିଛନ୍ତି । ଅନ୍ୟ ପଟେ ଟାଟା, ହାଇଟେକ୍ ଓ ଅସ୍ୱିନୀ କୋଭିଡ୍ ହଷ୍ପିଟାଲ କାର୍ଯ୍ୟକ୍ଷମ ହେବ ବୋଲି ସେ କହିଛନ୍ତି । ସେହିପରି ଭଞ୍ଜନଗର, ଆସିକା, ହିଞ୍ଜିଳିକାଟୁ ଓ ଛତ୍ରପୁରରେ ଥିବା ହଷ୍ପିଟାଲରେ ଅକ୍ସିଜେନ୍ ର ବ୍ୟବସ୍ଥା କରାଯିବ ଓ ବ୍ରହ୍ମପୁର ସିଟି ହସପିଟାଲରେ ୧୫୦ ଶର୍ଯ୍ୟାରେ ଅକ୍ସିଜେନ୍ ବ୍ୟବସ୍ଥା କରାଯିବ ବୋଲି କହିବା ସହ ମୀନାକ୍ଷି ନଗର ଓ ବିଦ୍ୟୁତ୍ ନଗରରେ ୧୦୦ ଲେଖାଏଁ ଶଯ୍ୟା ଅକ୍ସିଜେନ୍ ସହ ବ୍ୟବସ୍ଥା କରାଯିବ । ମାସ୍କ ନପିନ୍ଧି ଘରୁ ନ ବାହାରିବାକୁ ଜିଲ୍ଲାପାଳ ନିବେଦନ କରିବା ସହ ବସ୍ ରେ ଯାତ୍ରା ସମୟରେ ଓ ମଲ୍ ଭିତରକୁ ପ୍ରବେଶ ଭିତରେ ଟିକା ନେଇଥିବା ବ୍ୟକ୍ତିଙ୍କୁ ଅନୁମତି ପ୍ରଦାନ ଉପରେ ଗୁରୁତ୍ୱ ଦେଇଥିଲେ । ଏହି ବୈଠକରେ ଡିଆରଡିଏ ପିଡି ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ, ଜିଲ୍ଲା ସହରାଂଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ନାୟକ, ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍ ଓ ପ୍ରିୟ ରଞ୍ଜନ ପୃଷ୍ଟି, ଛତ୍ରପୁର ଉପଜିଲ୍ଲାପାଳ ନୀଳମାଧବ ଭୋଇ, ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ଡେପୁଟି କଲେକ୍ଟର ସୁକାନ୍ତ ଚନ୍ଦ୍ର ମିଶ୍ର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁରେଖା ସୁନ୍ଦରୀ ମଲ୍ଲିକ, ଜିଲ୍ଲା ମଙ୍ଗଳ ଅଧିକାରୀ ପରିକ୍ଷିତ ଦାଶ, ଗଞ୍ଜାମ ଆରଟିଓ ବିକାଶ ଚନ୍ଦ୍ର ଚୌଧୂରୀ, ମିଶନ ଶକ୍ତିର ଜିଲ୍ଲା ପ୍ରକଳ୍ପ ସଂଯୋଜକ ସାଶ୍ୱତ କୁମାର ସାହୁଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଭିସି ମାଧ୍ୟମରେ ଯୋଡି ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ