ଜିଲ୍ଲାରେ ବରିଷ୍ଠ ନାଗରିକଙ୍କ ପାଇଁ ମାଗଣା ମୋବାଇଲ ମେଡିକାଲ ୟୁନିଟ ଉଦ୍ଘାଟିତ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ର ସରକାରଙ୍କ ଅଧିନରେ କେନ୍ଦ୍ରାପଡା ଜିଲ୍ଲାରେ ବରିଷ୍ଠ ନାଗରିକଙ୍କ ପାଇଁ ମାଗଣା ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ଯୋଗଇଦେବା ନିମନ୍ତେ କେନ୍ଦ୍ର ସରକାରଙ୍କ ଅଟଳ ବାୟୋ ଅଭୁଦୟ ଯୋଜନା ଅନ୍ତର୍ଗତ କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ଜିଲ୍ଲ୍ାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜନକଲ୍ୟାଣ ସେବା ସଂସ୍ଥାନ ଦ୍ୱାରା ଏହି ରଥ ଅତିରିକ୍ତ ଜିଲ୍ଲ୍ାପାଳ ପିତାମ୍ବର ସାମଲଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲ୍ା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ଜନକଲ୍ୟାଣ ସେବା ସଂସ୍ଥାର ମୁଖ୍ୟ ପରିଚାଳକ ପବିତ୍ର ମୋହନ ପରିଡା ଏଥିପାଇଁ ନିଯୁକ୍ତ ଡାକ୍ତର ଓ କର୍ମାଚାରୀ ବୃନ୍ଦ ଉପସ୍ଥିତ ଥିଲେ । ୭୨ଜଣ ବରିଷ୍ଠ ନାଗରିକଙ୍କୁ ଡାକ୍ତରଙ୍କ ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ମାଗଣା ଓøଷଧ ଓ ପରାମର୍ଶ ଦିଆଯାଇଥିଲା । ଜିଲ୍ଲ୍ା ସାମାଜିକ ସୁରକ୍ଷା ଅଧିକାରୀଙ୍କ ତଥ୍ୟ ଅନୁଯାଇ ପର୍ଯ୍ୟାୟ କ୍ରମେ ଏହା ଜିଲ୍ଲାର୍ ବିଭିନ୍ନ ବ୍ଲକକୁ ପରିଭ୍ରମଣ କରି ମାସକୁ ଅତିକମରେ ୪ଶହ ବରିଷ୍ଠ ନାଗରିକଙ୍କୁ ଏହି ସୁବିଧା ଯୋଗାଇଦିଆଯିବ । ଜିଲ୍ଲ୍ାର ବରିଷ୍ଠ ନାଗରିକମାନଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗଇଦେଇ ସରକାରଙ୍କ କାର୍ଯ୍ୟକ୍ରମକୁ ସଫଳ ରୁପାୟନ କରିବା ପାଇଁ ଜିଲ୍ଲ୍ା ପ୍ରଶାସନର ଏଭଳି ଏକ ପ୍ରୟାସକୁ ବହୁ ବୁଦ୍ଧିଜିବୀ ଖୁବ ପ୍ରଶଂସା କରିଛନ୍ତି ।