ଜିଲ୍ଲାର ବିଭିନ୍ନ ବ୍ଲକ୍ ରେ ଅନୁଷ୍ଠିତ ହେଉଛି ମିଶନ୍ ଶକ୍ତି ଋଣମେଳା

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଜିଲ୍ଲାର ମହିଳା ମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଲକ୍ଷ୍ୟ ନେଇ ଗଢି ଉଠିଛି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ । ଏହି ଗୋଷ୍ଠୀଙ୍କୁ ବିଭିନ୍ନ ସରକାରୀ ଯୋଜନାରେ ଅନ୍ର୍ଭୁକ୍ତ କରାଯାଇଛି । ସେମାନେ ଋଣ ନେଇ ବିଭିନ୍ନ ଯୋଜନାରେ ଅର୍ଥ ବିନିଯୋଗ କରି ଲାଭବାନ ହେବା ସଙ୍ଗେସଙ୍ଗେ ଆତ୍ମ ନିର୍ଭରଶୀଳ ହୋଇ ଦେଶ ଗଠନରେ ସାମିଲ ହୋଇପାରିବେ । ଏହି ଲକ୍ଷ୍ୟନେଇ ଜିଲ୍ଲାରେ ଚଳିତ ମାସ ୧୯ ତାରିଖ ଠାରୁ ଆସନ୍ତା ଡିସେମ୍ବର ମାସ ୨୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ବ୍ଲକ୍ ରେ ଅନୁଷ୍ଠିତ ହେଉଛି ମିଶନ୍ ଶକ୍ତି ଋଣ ମେଳା । ଏହି ପର୍ଯ୍ୟାୟରେ ଗତ ୧୯ ତାରିଖରେ ଭଞ୍ଜନଗର, ୨୦ ତାରିଖରେ ଜଗନ୍ନାଥ ପ୍ରସାଦରେ ଋଣମେଳା ଅନୁଷ୍ଠିତ ହୋଇଯାଇଥିବା ସ୍ଥଳେ ମଙ୍ଗଳବାର ଖଲ୍ଲିକୋଟ ଠାରେ ଏହି ମେଳା ଅନୁଷ୍ଠିତ ହୋଇଯାଇଛି । ଦିନ ୧୦.୩୦ ରେ ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଆର ସି ଏମ ବିଜ୍ଞାନ କଲେଜ ପଡିଆ ଠାରେ ମିଶନ ଶକ୍ତି ଆନୁକୁଲ୍ୟ ରେ ଏକ ବ୍ଲକ ସ୍ତରୀୟ ରୁଣ ମେଳା ଆୟୋଜିତ ହୋଇଥିଲା। ଉକ୍ତ ମେଳା ରେ ୬୦୦୦ ରୁ ଉର୍ଦ୍ଧ ସ୍ଵୟଂ ସହାୟକ ଗୋଷ୍ଠୀ ର ସଦଶ୍ୟା ଉପସ୍ଥିତ ଥିଲେ। ଏହି ମେଳା ରେ ୭୨୧ ଗୋଟି ଏସଏଚଜି ଓ ୯୦ ଗୋଟି ଏସଏଚଜି ସଦସ୍ୟଙ୍କୁ ସମୁଦାୟ୧୪ କୋଟି ୨୯ ଲକ୍ଷ୩୨ ହଜାର ଋଣ ପ୍ରଦାନ କରଯାଇଥିଲା। ଏହି ମେଳା ରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ସାଂସଦ ଆସ୍କା ଶ୍ରୀମତୀ ପ୍ରମିଳା ବିଶୋଇ,ମାନ୍ୟବର ଏମଏଲଏ ଖଲ୍ଲିକୋଟ ସୁର୍ୟମଣି ବୈଦ୍ୟ ,ମାନ୍ୟବର ଡ଼ିଆରଡ଼ିଏ ଅଧ୍ୟକ୍ଷା ଶ୍ରୀମତୀ ଅଞ୍ଜଲି ସ୍ଵାଇଁ, ଖଲ୍ଲିକୋଟ ଅଧ୍ୟକ୍ଷଶ୍ରୀ ଦୈତାରୀ ବେହେରା, ଖଲ୍ଲିକୋଟ ବିଜ୍ଞନପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ Er, ନିରଞ୍ଜନ ବେହେରା,ଜିଲ୍ଲା ପରିଷଦ ଅଧକ୍ଷ୍ୟା, ଉପଧାକ୍ଷା ବ୍ଲକ ଶ୍ରୀମତୀ ଭାରତୀ ମହାରଣା, ଉପଧାକ୍ଷା ବିଜ୍ଞାପିତ ଅଞ୍ଚଳ ପରିଷଦ ଶ୍ରୀମତୀଲିଲି ସାହୁ ,ଗୋଷ୍ଠୀ ଉନ୍ନୟନଅଧିକାରୀ ଶ୍ରୀମତୀ ମିତାଲ୍ଲୀ ପାତ୍ର, ମିଶନ ଶକ୍ତି ବିଭାଗ ର ବିପିଏମ ଶ୍ରୀ ବିମଲ କୁମାର ରାୟଗୁରୁ, ବିପିସି ଦୀପିକା ସେଠି, ବିପିଏ ସୂରେଶ, ବିଏଲସି ମମତା ନାୟକ, ମନାଷୀ ବେହେରା, କାଞ୍ଚନବାଲା ନାୟକ ,ବ୍ଯାଙ୍କ ଶାଖା ପ୍ରବନ୍ଧକ, ବ୍ୟାଙ୍କ ମିତ୍ର ଓ ଅନ୍ୟାନ୍ୟ ବ୍ଲକ୍ ଅଧିକାରୀ କମ୍ୟୁନିଟି ସଦସ୍ୟ ମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ