ଜିଲ୍ଲାସ୍ତରୀୟ ଜାତୀୟ କୃମିନାଶକ ଦିବସ ଉଦ୍‌ଘାଟିତ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): କେନ୍ଦ୍ରାପଡା ସହରସ୍ଥ ମିରପାଟଣା ଅଙ୍ଗନୱାଡି କେନ୍ଦ୍ରରେ ଜିଲ୍ଲାସ୍ତରୀୟ ଜାତୀୟ କୃମିନାଶକ ଦିବସ ଉଦ୍‌ଘାଟିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରିଣୀ ଡା. ଅନିିତା ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରି ସୁସ୍ଥ ସମାଜ ଗଠନ କରିବାପାଇଁ ସମସ୍ତ ଦୁଇ ବର୍ଷରୁ ୫ବର୍ଷର ଶିଶୁମାନଙ୍କୁ କୃମିନାଶକ ଟିକା ସେବନ କରିବାକୁ ପରାମର୍ଶ ଦେଇଥିଲେ । କୃମି ସଂକ୍ରମଣରୁ ପିଲାମାନଙ୍କୁ ସୁରକ୍ଷିତ ରଖିବା, ରକ୍ତହୀନତା ରୋଗ ସମ୍ଭାବନାରୁ ରକ୍ଷା ପାଇପାରିବ ବୋଲି କହିଥିଲେ । ସମସ୍ତ ଅଙ୍ଗନୱାଡି କେନ୍ଦ୍ରରେ ବିନା ମୂଲ୍ୟରେ ଏହି ଟିକା ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଛି । ଏହି ଟିକା ସେବନରେ ସ୍ମୃତିଶକ୍ତି ବୃଦ୍ଧି ପାଇଥାଏ । ଅଗଷ୍ଟ ୧୦ ତାରିଖରୁ ଅଗଷ୍ଟ ୨୩ ତାରିଖ ପର୍ଯ୍ୟନ୍ତ ଏହି ଦିବସ ପାଳନ କରାଯିବ । ପ୍ରତି ବର୍ଷ ଦୁଇ ଥର ପାଳନ କରାଯାଉଥିବା ବେଳେ ଦୁଇରୁ ପାଞ୍ଚ ବର୍ଷର ପିଲାମାନଙ୍କୁ ୧୦ ମିଲି ମିଟର ଆଲବେଣ୍ଡାଜଲ ସିରପ ଦିଆଯିବ । ଆଶା କର୍ମୀ, ଅଙ୍ଗନୱାଡି କର୍ମୀ ଓ ସ୍ୱାସ୍ଥ୍ୟ କର୍ମୀମାନେ ଘରକୁ ଘର ବୁଲି କୋଭିଡ଼ କଟକକଣାକୁ ଅନୁପାଳନ ପୂର୍ବକ ଔଷଧ ବଣ୍ଟନ କରିବେ ବୋଲି ବ୍ଲକ ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ମୀନତି ମହାପାତ୍ର ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ସଚିଦାନନ୍ଦ ମିଶ୍ର, ଡିପିଏମ ପ୍ରକାଶ ଚନ୍ଦ୍ର ବାନାର୍ଜୀ, ଆଶା ସହାୟକ ପରିଚାଳକ ୟଶସ୍ୱିନୀ ସାହାଣୀ, ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଶାନ୍ତିଲତା ଚାନ୍ଦ ପ୍ରମୁଖ ଯୋଗଦେଇ କୃମିନାଶକ ଦିବସ ଉପରେ ଆଲୋକପାତ କରିଥିଲେ । ଏଥିରେ ବିଦ୍ୟାଳୟର ଶିକ୍ଷୟିତ୍ରୀ, ଆଇସିଡିଏସ୍ ସୁପରଭାଇଜର, ସ୍ୱାସ୍ଥ୍ୟ କର୍ମୀ, ଆଶା କର୍ମୀ, ଅଙ୍ଗନୱାଡି କର୍ମୀ ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ