ଜିଲ୍ଲାସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଉଦଯାପିତ

କୋରାପୁଟ,(ହେମନ୍ତ ପାଣଗ୍ରାହୀ) ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଉଦଯାପିତ ହୋଇଯାଇଛି।ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଦ୍ଵାରା ଆୟୋଜିତ ଏହି ପ୍ରଦର୍ଶନୀର ଉଦଘାଟନୀ ଉତ୍ସବରେ ଏକ କୁନି ବୈଜ୍ଞାନିକ ଯୋଗଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। ଉଦଘାଟନୀ ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଅର୍ପିତା ପ୍ରଧାନ, ବରିଷ୍ଠ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ଜାନୀ,ଚମେଲି ମଜୁମଦାର, ବ୍ଲକ ଶିକ୍ଷା ଅଧିକାରୀ ଭବାନୀ ପଟ୍ଟନାୟକ, ଦୟାସିନ୍ଧୁ ବାଘ, ସ୍ଵପ୍ନେଶ୍ୱର ନାୟକ ,ହିମାଂଶୁ ଦାସ ,ଚନ୍ଦ୍ରକଳା ବଗର୍ତ୍ତି ଏବଂ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଅନନ୍ତ ଦଳପତି ଯୋଗ ଦେଇଥିଲେ।ପ୍ରତି ବ୍ଲକରୁ ସାତୋଟି ପ୍ରକଳ୍ପ ହିସାବରେ ସର୍ବ ମୋଟ ୯୮ ଟି ପ୍ରକଳ୍ପ ପ୍ରଦର୍ଶିତ କରାଯାଇଥିଲା।ସାତୋଟି ଭିନ୍ନ ଭିନ୍ନ ବିଷୟବସ୍ତୁରୁ ସାତୋଟି ସର୍ବଶ୍ରେଷ୍ଠ ପ୍ରକଳ୍ପ ରାଜ୍ୟସ୍ତରୀୟ ପ୍ରଦର୍ଶନୀରେ ଭାଗ ନେବ ବୋଲି ଜଣାପଡିଛି।ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଲଗ୍ନଜୀତ ରାଉତ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ରୂପେ ଜିଲ୍ଲା ମଙ୍ଗଳ ଅଧିକାରୀ ସୁନିଲ କୁମାର ତାଣ୍ଡି,ଅଧ୍ୟାପକ ହିମାଂଶୁ ଭୂଷଣ ନନ୍ଦ ଯୋଗ ଦେଇଥିଲେ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ମହାନ୍ତି ସଭାପତିତ୍ବ କରିଥିଲେ।। କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନାରେ ପ୍ରଧାନଶିକ୍ଷକ ରଶ୍ମି ରଂଜନ ସେଠୀ,ନଗେନ୍ଦ୍ର ଜେନା,ରତିକାନ୍ତ ଦାସ, ପ୍ରଦୀପ ତ୍ରିପାଠୀ,ହରେକୃଷ୍ଣ ମହାରଣା, ଭବେସ ପତି, ସୁଜିତ ଜେନା, ପ୍ରଦୀପ ପାତ୍ର ପ୍ରମୁଖ ସହଯୋଗ କରିଥିବା ବେଳେ ପୂର୍ଣ୍ଣିମା ପତି ଏବଂ ଅରୁଣ ସ୍ବାଇଁ ମଞ୍ଚ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ