ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ଡିସିସନ ସପୋର୍ଟ ସିଷ୍ଟମ ତାଲିମ ଶିବିର
ବାଲେଶ୍ୱର : ଜିଲ୍ଲା ପ୍ରଶାସନ ତରଫରୁ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ଡିସିସନ ସପୋର୍ଟ ସିଷ୍ଟମ(ଡିଏସଏସ) ତାଲିମ କାର୍ଯ୍ୟକ୍ରମ ଜିଲ୍ଲା ସଦଭାବନା ଗୃହ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ତାଲିମ କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର ନାୟକ ଉଦଘାଟନ କରି ଜିଲ୍ଲାର ସମସ୍ତ ବ୍ଲକ, ତହସିଲ୍ରେ କାର୍ଯ୍ୟରତ ଡାଟା ଏଂଟ୍ରି ଅପରେଟର ଏବଂ ଅଫିସରମାନେ ତଥ୍ୟ ସମ୍ବଳିତ ଉପସ୍ଥାପନା କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନୂତନ ଚିନ୍ତାଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଗୁରୁତ୍ୱାରୋପ କରିଥିଲେ । ଏଥିରେ ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀ ଏବଂ ଡାଟା ଏଂଟ୍ରି ଅପରେଟରମାନେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାଲେଶ୍ୱର ଉପ-ଜିଲ୍ଲାପାଳ ନୀଲୁ ମହାପାତ୍ର, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଅଭୟ କୁମାର ନାୟକ, ଜିଲ୍ଲା ପ୍ରକଳ୍ପ ଅଧିକାରୀ ଅବନୀକାନ୍ତ ଭୂୟାଁ, ପ୍ରକଳ୍ପ ପରିଚାଳକ(ଡିଏସଏସ) କିଶୋର କୁମାର ସାହୁ ଓ ସୁଭ୍ରଜିତ ପୃଷ୍ଟି ଯୋଗ ଦେଇ ବକ୍ତବ୍ୟ ରଖିବା ସହିତ ତାଲିମ ପ୍ରଦାନ କରିଥିଲେ । ପ୍ରାରମ୍ଭିକ ସୂଚନା ଜିଲ୍ଲା ପ୍ରକଳ୍ପ ଅଧିକାରୀ ଦେଇଥିବା ବେଳେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ ।