ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ବଧିରତା ସୁରକ୍ଷା ଓ ନିୟନ୍ତ୍ରଣ ଦିବସ-୨୦୨୦ ପାଳିତ

ବାଲେଶ୍ୱର : ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ବଧିରତା ସୁରକ୍ଷା ଓ ନିୟନ୍ତ୍ରଣ ଦିବସ-୨୦୨୦ ପାଳିତ ହୋଇଯାଇଛି । ସ୍ଥାନୀୟ ଭିନ୍ନକ୍ଷମ କଲ୍ୟାଣ ପ୍ରତିଷ୍ଠାନଠାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବାନାର୍ଜୀ ପ୍ରସାଦ ଛୋଟରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବଧିରତା ନିୟନ୍ତ୍ରଣ ଓ ସୁରକ୍ଷା ସଂପର୍କରେ ଆଲୋଚନା ହୋଇଥିଲା । ବଧିରତାରେ ପୀଡିତ ପିଲାମାନଙ୍କୁ ଚିହ୍ନଟର ଆବଶ୍ୟକତା ରହିଛି ଓ ସେମାନଙ୍କୁ ଚିହ୍ନଟ କରି ସେବା ଯୋଗାଇ ଦେବାର ସୁବ୍ୟବସ୍ଥା କରାଯିବା ଉପରେ ଏଥିରେ ଗୁରୁତ୍ୱାରୋପ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଏଡିଏମଓ (ପରିବାର କଲ୍ୟାଣ) ଡା. ଶଶାଙ୍କ ଶେଖର ଚୌଧୁରୀ, ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଓ ସ୍ୱାସ୍ଥ୍ୟ ପରୀକ୍ଷଣ କେନ୍ଦ୍ରରେ ମିଳୁଥିବା ସେବା ଓ ସୁବିଧା ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଡିପିଏମ ଶ୍ରୀ ଅନୀଲ କୁମାର ମହାନ୍ତି ଓ ଭିନ୍ନକ୍ଷମ କଲ୍ୟାଣ ପ୍ରତିଷ୍ଠାନର ସମ୍ପାଦିକା ଗୋପାମୁଦ୍ରା ମହାପାତ୍ର ଓ ସହକାରୀ ଜିଲ୍ଲା ଜନସ୍ୱାସ୍ଥ୍ୟ ସଂଚାର ଅଧିକାରୀ ରମଣୀକାନ୍ତ ଭଞ୍ଜ ପ୍ରମୁଖ ବଧିରତା ସୁରକ୍ଷା ଓ ନିୟନ୍ତ୍ରଣ ସମ୍ପର୍କରେ ଆଲୋଚନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ