ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ମହକ -୨୦୨୩ ଅନୁଷ୍ଠିତ

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ସ୍ଥିତ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ,ଗଞ୍ଜାମ ଲୀନା କୁମାରୀ ଖେସ ଉପସ୍ଥିତ ରହି କାର୍ଯ୍ୟକ୍ରମର ଉଦଘାଟନ କରି ନିଜ ବକ୍ତବ୍ୟରେ ଶିଶୁମାନଙ୍କ ଭିତରେ ରହି ଥିବା ପ୍ରତିଭାକୁ ବିକଶିତ କରିବା ଦିଗରେ ଶିଶୁ ମହୋତ୍ସବ ଏକ ସୁନ୍ଦର ପ୍ରୟାସ , ଶିଶୁଗଣ ପ୍ରତିଯୋଗିତା ମାଧ୍ୟମରେ ନିଜର ପ୍ରତିଭା ପ୍ରଦର୍ଶନ ବେଳେ ଯଦି ପୁରସ୍କାର ପାଆନ୍ତେ ନାହିଁ ତେବେ ନିରୁତ୍ସାହିତ ନ ହୋଇ ପରବର୍ତ୍ତୀ ପଯ୍ୟ।ୟରେ କିଭଳି ପୁରସ୍କାର ପାଇବେ ସେଥି ସକାଶେ ପ୍ରୟାସ କରିବାକୁ ପ୍ରବର୍ତ୍ତାଇଥିଲେ । ଅନ୍ୟତମ ଅତିଥି ରୂପେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଯୋଗଦାନ କରି ନିଜ ବକ୍ତବ୍ୟରେ ଜଣାଇଥିଲେ ଯେ ପ୍ରତ୍ୟକ ମଣିଷଙ୍କ ପାଖରେ କିଛି ନା କିଛି ପ୍ରତିଭା ଭରିଛି । ସେଗୁଡିକ ପ୍ରତିଭା ପ୍ରଦର୍ଶନ ମାଧ୍ୟମରେ ବିକଶିତ ହୋଇପାରିବ । ଛୋଟବେଳୁ ସେମାନଙ୍କ ମଧ୍ୟରେ ରହିଥିବା ପ୍ରତିଭା ପ୍ରଦର୍ଶନ ହୋଇପାରିଲେ ସେହି ଗୁଣକୁ ନେଇ ସମାଜର ମଙ୍ଗଳ ଦିଗରେ ନିଜକୁ ବିନିଯୋଗ କରିପାରିବେ । ଶାରୀରିକ ମାନସିକ ଓ ବୌଦ୍ଧିକ ବିକାଶ ପ୍ରତ୍ୟକ ଶିଶୁଙ୍କର ଆବଶ୍ୟକତା ରହିଛି ବୋଲି ମତ ପୋଷଣ କରିଥିଲେ। ଶିଶୁମଙ୍ଗଳ କମିଟିର ଅଧ୍ୟକ୍ଷ ପ୍ରମୋଦ କୁମାର ପଣ୍ଡା ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ଶିଶୁଙ୍କ ପ୍ରତିଭା ପ୍ରଦର୍ଶନ ଦ୍ବାରା ପ୍ରତିଭା ବିକଶିତ ହେବ ବୋଲି ଜଣାଇଥିଲେ । ଶିଶୁମଙ୍ଗଳ କମିଟିର ସଭ୍ଯ ପ୍ରଣବ ପାଢୀ ଜୁଭିନାଲ ଜଷ୍ଟିସ ବୋର୍ଡର ସଭ୍ୟା ଡ଼ା. ଅଳକା ମିଶ୍ର ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ପ୍ରତ୍ସାହନ କରିଥିଲେ । ଏଠାରେ ପ୍ରକାଶ ଥାଉକି ଏହି ଶିଶୁ ମହୋତ୍ସବରେ ସଙ୍ଗୀତ,ବତକୃତା ,କୁଇଜ , ଦଳଗତନୃତ୍ୟ ଏବମ ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଶିଶୁଗଣ ରାଜ୍ୟ ସ୍ତରୀୟ ମହକ ,୨୦୨୩ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ। ଧରାକୋଟ ବାଲିକେଶ୍ଵର ଅନାଥ ଆଶ୍ରମ ,ଗୋପାଳପୁର ସ୍ଥିତ ଶ୍ରଦ୍ଧା ସଂଜୀବନୀ ଶିଶୁ ସୁରକ୍ଷା ଅନୁଷ୍ଠାନ ଚିକିଟି ସ୍ଥିତ ଡିଭାଇନ ଲାଇଫ ସୋସାଇଟି ଏବମ ବ୍ରହ୍ମପୁରସ୍ଥ ଉତ୍କଳ ବାଳଶ୍ରମର ଛାତ୍ରଛାତ୍ରୀ ଗଣ ଏହି ଶିଶୁ ମହୋତ୍ସବରେ ଯୋଗଦାନ କରି ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ପ୍ରତିଯୋଗିତା ଶେଷ ହେବା ପରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ କୁମାର ଷଡଙ୍ଗୀ କୃତୀ ପ୍ରତିଯୋଗିମାନଙ୍କୁ ପୁରସ୍କୃତ କରିଥିଲେ। ଆଲୋକିତ ଏହି କାର୍ଯ୍ୟକ୍ରମକୁ ଶରତ ଚନ୍ଦ୍ର ମହାରଣା ,ସୁଶାନ୍ତ କୁମାର ସାହୁ, ସୁଦାମ ପାଣିଗ୍ରାହୀ ,ଶିବପ୍ରସାଦ ରଥ ,ସୁଜିତ କୁମାର ସାହୁ,କାମେଶ୍ୱର ପରିଡା ପ୍ରମୁଖ ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ