ଜିଲ୍ଲାସ୍ତରୀୟ ୭୭ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

ଭବାନିପାଟଣା, (ଯୁଗାବ୍ଦ ନ୍ୟୁଜ):ଜିଲ୍ଲା ସଦର ମହକୁମା ଭବାନୀପାଟଣାଠାରେ ଆସନ୍ତା ୭୭ ତମ ସ୍ବାଧିନତା ଦିବସ ପାଳନ ଉପଲକ୍ଷେ ଆଜି ସ୍ଥାନୀୟ ଜିଲ୍ଲପାଳଙ୍କ ସମ୍ମିଳନୀ ଗୃହରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁବ୍ରତ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଆନନ୍ଦ କୁମାର ଗୁରୁ, ସି.ଡ଼ି.ଏମ୍.ଓ. ଡ଼ଃ. ଜି ସି ରାଉତ ଙ୍କ ସମେତ ଆମନ୍ତ୍ରିତ ବିଭିନ୍ନ ଶିକ୍ଷାନଷ୍ଠାନର କର୍ମକର୍ତ୍ତା, ଦିବସ ପାଳନ ସହ ସଂପୃକ୍ତ ବିଭାଗୀୟ ଅଧିକାରୀ, ବିଶିଷ୍ଟ ବ୍ୟକ୍ତି,ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ତଥା ଗଣମାଧ୍ୟମ ପ୍ରତନିଧି ଉପସ୍ଥିତ ଥିଲେ । ଡି.ଆଇ.ପି.ଆର୍.ଓ ଶ୍ରୀ ମନୋଜ କୁମାର ବେହେରା ଦିବସ ପାଳନର କାର୍ଯ୍ୟକ୍ରମ ବିବରଣୀ ପାଠ କରିଥିଲେ। ୧୪.୮.୨୦୨୩ ରିଖ ମଧ୍ୟରାତ୍ର ରେ ମଶାଲ ଶୋଭାଯାତ୍ରା,
ସ୍ୱାଧୀନତା ଦିବସ ୧୫.୮.୨୦୨୩ ରିଖ ରେ ଦିନ ସକାଳ ଘ ୪.୩୦ ମି ସମୟରେ ରାମଧୂନ୍, ସକାଳ ଘ୬.୩୦ ମୀ ସମୟରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଛାତ୍ର ଛାତ୍ରୀ ପ୍ରଭାତ ଫେରି ସହ ସହର ସ୍ଥିତ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ସକାଳ ୭.୩୦ ମି. ସମୟରେ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ଜାତୀୟ ପତାକା ଉତ୍ତୋଳନ ଏବଂ ସକାଳ ୦୮. ୩୦ ମି. ସମୟରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ ସହ ଉଦବୋଧନ କାର୍ଯ୍ୟକ୍ରମ ରହିଛି । ବ୍ୟାରିକେଡିଂ, ରାସ୍ତା ଓ ନାଳନର୍ଦ୍ଦମା ସଫା ସୁତୁରା, ଟ୍ରାଫିକ ନିୟନ୍ତ୍ରଣ , ସାମୁହିକ ପ୍ୟାରେଡ୍, ଅଭିବାଦନ ମଞ୍ଚକୁ ସୁସଜ୍ଜିତ, ବିଭିନ୍ନ ଅନୁଷ୍ଠାନମାନଙ୍କରେ ଫଳ ଓ ମିଷ୍ଟାନ୍ନ ବଣ୍ଟନ, ଅବକାରୀ,ବିଭିନ୍ନ ପ୍ରତିଯୋଗିତା, ସୁନ୍ଦର ଶିଶୁ ସ୍ୱାସ୍ଥ୍ୟ ଓ ଝୋଟି ପ୍ରତିଯୋଗିତା, ଜିଲ୍ଲାପାଳ ଏକାଦଶ ଓ ସାମ୍ବାଦିକ ଏକାଦଶ ମଧ୍ୟପ୍ରଦର୍ଶନୀ ଫୁଟବଲ ମ୍ୟାଚ୍ , ପିଇବା ପାଣି, ପ୍ରାଥମିକ ଚିକିତ୍ସା,ଆମ୍ବୁଲାନ୍ସ, କୋଠା ବାଡି ଆଲୋକ ସଜ୍ଜା, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ସୂଚାରୁରୂପେ ନିର୍ବାହ କରିବା ପାଇଁ ସଂପୃକ୍ତ ଆର୍ ଏଣ୍ଡ ବି, ପୌର ପରିଷଦ, ସ୍ବାସ୍ଥ୍ୟ ,ପୋଲିସ୍, ଉଦ୍ୟାନ ବିଭାଗ, କ୍ରୀଡା ବିଭାଗ, ପି.ଏଚ୍. ଡି. ,ଯୋଗାଣ ବିଭାଗ, ଅବକାରୀ ବିଭାଗ , ଶିକ୍ଷା ବିଭାଗ, ସମାଜ କଲ୍ୟାଣ , ସଂସ୍କୃତି ବିଭାଗ ଅଧିକାରୀ ଏବଂ ଦାତା ଅନୁଷ୍ଠାନଙ୍କୁ ଦାୟିତ୍ଵ ଦିଆଗଲା । ଚଳିତ ବର୍ଷ ବିଭିନ୍ନ ସ୍କୁଲ୍ କଲେଜ୍ ରୁ ୩୮ଟି ପ୍ଲାଟୁନ୍ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ପ୍ୟାରେଡ୍ ଅଭ୍ୟାସ ପାଇଁ ପ୍ରତ୍ୟେକ ପ୍ଲାଟୁନ୍ ୧୧/୦୮,ଏବଂ ୧୨/୦୮ ଅପରାହ୍ନ ଘ: ୦୨.୩୦ ମି ଏବଂ ୧୩/୦୮/୨୦୨୩ ସକାଳ ୦୮.୦୦ ଘ: ସମୟରେ ଲାଲ୍ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ଉପସ୍ଥିତ ରହି ପ୍ୟାରେଡ ଅଭ୍ୟାସ କରିବେ । ବୈଠକରେ ବିଭାଗୀୟ ଅଧିକାରୀ ସି ଏସ ଓ,ଡି ଏସ ଓ, ପି ଏ, ଆଇ ଟି ଡି ଏ,କମାଣ୍ଡ ଣ୍ଟ, ୯ମ ଆଇ ଆର୍ ବି, ଡି ଡି ଏଶ୍ଚ, ଡି ଏସ ଡବ୍ଲୁ ଓ, ଡି ଡବ୍ଲୁ ଓ,ଡି ଏସ ପି, ସି ଆର୍ ପି ଏଫ୍ ଅଧିକାରୀଙ୍କ ସମେତ ବିଭିନ୍ନ ହାଇସ୍କୁଲ, ମହାବିଦ୍ୟାଳୟ ତଥା କଳାହାଣ୍ଡି ବିଶ୍ଵବିଦ୍ୟାଳୟ ର ପ୍ରତିନିଧି, ସ୍ବେଛାସେବୀ ସଂସ୍ଥାର କର୍ମକର୍ତ୍ତା, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।ଅତିରିକ୍ତ ଜିଲ୍ଲାପାଳ ସମସ୍ତ ଅଧିକାରୀ ଓ ଅନୁଷ୍ଠାନ ନିଜ ନିଜର ଦାୟିତ୍ଵ ଠିକ୍ ରୂପେ ତୁଲାଇବାକୁ କହିବା ସହ ସମସ୍ତଙ୍କ ସହଯୋଗ କାମନା କରି ଧନ୍ୟବାଦ୍ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ