ଜିଲ୍ଲା ଅବକାରୀ ବିଭାଗର ଚଢାଉ :୧୮ଗ୍ରାମ ବ୍ରାଉନସୁଗାର ସହ ୪୮ ହଜାର ଟଙ୍କା ଜବତ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): କେନ୍ଦ୍ରାପଡା ଜିଲ୍ଲା ଅବକାରୀ ବିଭାଗ ଦ୍ୱାରା ଚଢାଉ କରାଯାଇ ୧୮ଗ୍ରାମ ଓଜନର ବ୍ରାଉନସୁଗାର ସମେତ ନଗଦ ୪୮ ହଜାର ଟଙ୍କା ଜବତ କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି । ଏକ ବିଶେଷ ସୁତ୍ରରୁ ଖବର ପାଇ ଅବକାରୀ ଅଧିକ୍ଷକ ସୁବନ ନାୟକଙ୍କ ନିର୍ଦେଶରେ ପଟ୍ଟାମୁଣ୍ଡାଇ ଅବକାରୀ ଇନସପେକ୍ଟର କମଳ ଲୋଚନ ପାଇକରାୟ ବୁଧବାର ପୂର୍ବାହ୍ନରେ ଜିଲ୍ଲାର ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଦକ୍ଷିଣଡିଆ ଗ୍ରାମର ସ୍ୱର୍ଗତ ଅରୁଣ କୁମାର ନାୟକଙ୍କ ପତ୍ନୀ ମିନତୀ ନାୟକ(୩୭)ଙ୍କ ଠାରୁ ୧୮ଗ୍ରାମର ବ୍ରାଉନସୁଗାର ସମେତ ନଗଦ ୪୮ହଜାର ଟଙ୍କା ଜବତ କରି ତାଙ୍କୁ ଗିରଫ କରିଥିଲା । ସେହି ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୨ଲକ୍ଷ ଟଙ୍କା ହେବ । ଅଭିଯୁକ୍ତ ମିନତୀଙ୍କୁ ଅବକାରୀ ବିଭାଗ କୋର୍ଟ ଚାଲାଣ କରିଥିବା ବେଳେ କୋର୍ଟରେ ତାଙ୍କ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ବାରିମୂଳ ଉପ କାରାଗାରକୁ ପଠାଇ ଦିଆଯାଇଛି । ଏଠାରେ ସୂଚନା ଯୋଗ୍ୟ ଯେ ମଙ୍ଗଳବାର କଟକ-ଚାନ୍ଦବାଲି ରାସ୍ତାର ସୈାଭାଗ୍ୟ ମଣ୍ଡପ ନିକଟରୁ ଜଣେ ଯୁବକଙ୍କ ଠାରୁ ଅବକାରୀ ବିଭାଗ ୧୫ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରି ତାଙ୍କୁ କୋର୍ଟ ଚାଲାଣ କରିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ