ଜିଲ୍ଲା ଅବକାରୀ ବିଭାଗ ଦ୍ୱାରା ୧୪ଲିଟର ଚୋରା ବିଦେଶୀମଦ ଜବତ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ଜିଲ୍ଲା ଅବକାରୀ ବିଭାଗ ଦ୍ୱାରା ଜିଲ୍ଲାର ବିଭିନ୍ନ ସ୍ଥାନରୁ ଚୋରା ମଦ ଜବତ ହୋଇଥିବା ସୂଚନା ମିଳିଛି । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦେଶରେ ଅବକାରୀ ଅଧିକ୍ଷକ ବାସନ୍ତୀ ପ୍ରଭା ନାୟକଙ୍କ ନେତୃତ୍ୱରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୧୪ଲିଟର ୬୦୦ମିଲିଲିଟର ଚୋରା ବିଦେଶୀ ମଦ ଜବତ କରାଯାଇଛି । ବୁଧବାର ସକାଳ ୭ଟା ଠାରୁ ୧୨ଟା ପର୍ଯ୍ୟନ୍ତ ଏହି ଚଢାଉ କରାଯାଇଥିବା ବେଳେ ମହାକାଳପଡା ବ୍ଲକର ରାମନଗର ଖରିନାସୀ ଠାରେ ଚଢାଉ କରାଯାଇ ଭବରଞ୍ଜନ ଦିକ୍ଷୀତଙ୍କ ଠାରୁ ୪ଲିଟର ୮ଶହ ମିଲି.ବିଦେଶୀ ଚୋରାମଦ ଜବତ କରାଯିବା ସହ ତାଙ୍କୁ ଗିରଫ କରାଯାଇଥିଲା । ସେହିପରି ପ୍ରଭାକରପୁର ଗ୍ରାମର ଶ୍ୟାମସୁନ୍ଦର ରାଉତଙ୍କ ଠାରୁ ୪ଲିଟର ୮୦୦ମିଲିଲିଟର ବିଦେଶୀ ଚୋରା ମଦ ଜବତ କରାଯାଇ ତାଙ୍କୁ ଗିରଫ କରାଯିବା ସହ ଠାକୁରହାଟ ଗ୍ରାମର ନଳିନୀ ସେଠୀଙ୍କ ଠାରୁ ୫ଲିଟର ଚୋରା ବିଦେଶୀ ମଦ ଜବତ କରାଯିବା ସହ ତାଙ୍କୁ ଅବକାରୀ ବିଭାଗ ଗିରଫ କରିଥିଲା । ଏହି ଚଢାଉରେ ଅବକାରୀ ବିଭାଗର ସବଇନିସପେକ୍ଟର ସରୋଜ କୁମାର ବାଗ, କନେଷ୍ଟବଳ ସୁନିଲ କୁମାର ମିଶ୍ର, ଜଗନ୍ନାଥ ବେସ୍ରା, ଧର୍ମେନ୍ଦ୍ର ପ୍ରଧାନ, ମହିଳା କନେଷ୍ଟବଳ ଲୁଲୁ ସାହୁ ଓ ବବିତା ନାୟକ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଗିରଫ ଚୋରାମଦ ବେପାରୀ ୩ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ