ଜିଲ୍ଲା କଂଗ୍ରେସ ପକ୍ଷରୁ ସମ୍ବିଧାନ ଦିବସ ପାଳିତ।

ବାଲେଶ୍ଵର, (ସରୋଜ ପଣ୍ଡା) : ବାଲେଶ୍ଵର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା କଂଗ୍ରେସ ସଭାପତି ସଂଜୀବ ଗିରି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ସମ୍ବିଧାନ ପ୍ରଣେତା ବାବା ସାହେବ୍ ଆମ୍ବେଦକର ଙ୍କ ଫଟ ରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା ପରେ ସମ୍ବିଧାନ ର ମୁଖ ବନ୍ଧନରେ ଉପସ୍ଥିତ ନେତା ଓ କର୍ମୀ ଙ୍କୁ ଜିଲ୍ଲା ସଭାପତି ଶପଥ କରାଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ କେ କେ ସି ର ସଭାପତି ବିଦ୍ୟାଧର ମହାନ୍ତି ଯୋଗ ଦେଇ ସମ୍ବିଧାନ ର ଗାରିମା କୁ ଅକ୍ଷୁର୍ଣ୍ଣ ରଖିବା ଆମ୍ଭ ସମସ୍ତ କଂଗ୍ରେସ କର୍ମୀ ଓ ନେତା ଙ୍କ ଦାୟିତ୍ଵ, ସେହି ପରି ପୁର୍ବତନ ବିଧାୟକ ଦେବୀ ପ୍ରଶନ୍ନ ଚଣ୍ଡ ଓ ପିସିସି ମୁଖପାତ୍ର ସୁଦର୍ଶନ ଦାସ ଉପସ୍ଥିତ ହୋଇ ବର୍ତ୍ତମାନ ସମ୍ବିଧାନ କେମିତି ବାଟବଣା ହେଉଛି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ଵାରା ମତ ରଖିଥିଲେ। ଜିଲ୍ଲା କଂଗ୍ରେସ ଉପସଭାପତି ଗୋପୀନାଥ ପାଢି, ମହିଳା କଂଗ୍ରେସ ସଭାପତି ପ୍ରଗ୍ୟାପାରମିତା ମହାନ୍ତି, ଜିଲ୍ଲା କେକେସି ସଭାପତି ବିକାଶ ଦାସ, ରାଜ୍ୟ କେକେସି ଉପାଦଖ୍ୟା ଜ୍ୟୋସ୍ନା ସେନାପତି, କିଶାନ ସଭାପତି ଜୟନ୍ତ କୁମାର ମହାପାତ୍ର,ମଚାସୀନ ରହି ବକ୍ତବ୍ୟ ପ୍ରଦାନ କରିଥିଲେ। ଜିଲ୍ଲା କଂଗ୍ରେସ ମୁଖ୍ୟ ମୁଖପାତ୍ର ସୁଧାଂଶୁ ଶେଖର ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଏବଂ ଏହି କାର୍ଯ୍ୟକ୍ରମରେ ଭୋଗରାଇ ବ୍ଲକ କଂଗ୍ରେସ ସଭାପତି ଆଶିଷ ପାତ୍ର ରେମୁଣା ବ୍ଲକ କଂଗ୍ରେସ ସଭାପତି ତରୁଣ ଦାସ ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ଦେବଦତ୍ତ ଦାସ ତୃଷାର କାନ୍ତି ତପସ୍ୱୀ ସୁବ୍ରତ ଧଡା, ନିରଞ୍ଜନ ବେହେରା, ରବିନ୍ଦ୍ର ଦାସ ଅରୁଣ ମଣ୍ଡଳ ଶୁଶାନ୍ତ ସାହୁ, ବାସନ୍ତୀ ସାମଲ ,ଅଭୟ ଲେଙ୍କା, ପ୍ରମୁଖ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ