ଜିଲ୍ଲା କଂଗ୍ରେସ ଭବନରେ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଭାରତବର୍ଷର ପୂର୍ବତନ ପ୍ରଧାନମନ୍ତ୍ରୀ, ଲୈାହମାନବୀ, ଭାରତରତ୍ନ ସ୍ୱର୍ଗତା ଇନ୍ଦିରା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ଜିଲ୍ଲା କଂଗ୍ରେସ ଭବନରେ ଗୁରୁବାର ପାଳିତ ହୋଇଯାଇଛି । କଂଗ୍ରେସ ଭବନ ପରିସରରେ ଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ସାମୁହିକ ମାଲ୍ୟାର୍ପଣ କରାଯିବା ପରେ କଂଗ୍ରେସ ଭବନ ସଭା ଗୃହରେ ସ୍ୱର୍ଗତା ଇନ୍ଦିରା ଗାନ୍ଧୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା । ଜିଲ୍ଲା କଂଗ୍ରେସ ଉପସଭାପତି ପ୍ରଫୁଲ୍ଲ କୁମାର ଦାସଙ୍କ ସଂଚାଳନାରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା ସ୍ୱର୍ଗତା ଗାନ୍ଧୀଙ୍କ ଦ୍ୱାରା ପ୍ରଣୀତ ଜନସାଧାରଣଙ୍କ ଉନ୍ନତି ନିମନ୍ତେ ଉଦ୍ଦିଷ୍ଟ କେତେକ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । ‘ଗରିବ ହଟାଅ’ର ନାରା ମୁଖ୍ୟ ଆଲୋଚନାର ବିଷୟ ହୋଇଥିଲା । ଆଲୋଚନାରେ ଅଂଶଗ୍ରହଣ କରି ବକ୍ତାମାନେ ତତକାଳୀନ କଂଗ୍ରେସ ସରକାରଙ୍କ ବୈଦେଶିକ ନୀତି, ଆର୍ଥିକ ସ୍ୱଛତା,ବ୍ୟାଙ୍କ ଜାତୀୟକରଣ ପ୍ରଭୃତି ସମ୍ପର୍କରେ ଆଲୋକପାତ କରିଥିଲେ । ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀ, ଫକିର ଚରଣ ଖଟୁଆ, ମୁକ୍ତାର ଖାଁ, ସଞ୍ଜୟ ରାଉତ, ଯୁବ କଂଗ୍ରେସ ଜିଲ୍ଲା ସଭାପତି ସତ୍ୟପ୍ରିୟ ସାମଲ, ଛାତ୍ର କଂଗ୍ରେସ ଜିଲ୍ଲା ସଭାପତି ପରଭେଜ ଅକ୍ତର, ନାରୀନେତ୍ରୀ ସନ୍ଧ୍ୟାରାଣୀ ରାଉତ, ଚିତ୍ରସେନ ପରିଡା, ସମ୍ବିତ ଶ୍ରୀଚନ୍ଦନ, ସର୍ବେଶ୍ୱର ସେଠୀ, ମୀର ମୁର୍ଶିଦ୍ଦ, ନାରାୟଣ ଚନ୍ଦ୍ର ପରିଡା, ଛାତ୍ରନେତା ବିଭୁତି ଭୂଷଣ ମହାପାତ୍ର, ବସନ୍ତ ସେଠୀ, ସନ୍ତୋଷ ବେହେରା, ଅଜୟ ସ୍ୱାଇଁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ନିଜ ନିଜର ମତାମତ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ