ଜିଲ୍ଲା କରଣ ସମାଜ ପକ୍ଷରୁ ଚିତ୍ରଗୁପ୍ତଙ୍କ ଜନ୍ମଦିବସ ପାଳନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ଜିଲ୍ଲା କରଣ ସମାଜ ପକ୍ଷରୁ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପାହାଡପୁର ମଠରେ ଚିତ୍ରଗୁପ୍ତଙ୍କ ଜନ୍ମ ଦିବସ ରୀତିନୀତି ଅନୁଯାଇ ହୋମଯଜ୍ଞ କରାଯାଇ ସୋମବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାର କୋଣଅନୁକଣରୁ କରଣ ସମାଜର ବନ୍ଧୁମାନେ ଯୋଗଦେଇ ଚିତ୍ରଗୁପ୍ତଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ କରଣ ସମାଜର ବରିଷ୍ଠ ସଦସ୍ୟ ଡା.ଅଲେଖ ଚନ୍ଦ୍ର ଦାସଙ୍କ ସଭାପତିତ୍ୱରେ ଓ ପ୍ରତିଷ୍ଠାତା ସଦସ୍ୟ ପ୍ରଦୀପ କୁମାର ମହାନ୍ତିଙ୍କ ଆବାହକତ୍ୱରେ କୋଭିଡ ନିୟମକୁ ଅନୁପାଳନ ପୂର୍ବକ ସାଧାରଣ ପରିଷଦର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଉପସ୍ଥିତ କାର୍ଯ୍ୟକର୍ତ୍ତା ଓ ସଦସ୍ୟମାନେ ମୁଖ୍ୟତଃ କରଣ ସମାଜର ସାଂଗଠନିକ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିବା ସହ ଯୁବକମାନଙ୍କୁ ପ୍ରାଧାନ୍ୟ ଦିଆଯାଇ ପ୍ରତି ବ୍ଲକ ସ୍ତରରେ ସଂଗଠନକୁ ମଜଭୁତ କରିବା, ପ୍ରତି ୩ମାସରେ ଥରେ ବୈଠକ କରାଯିବା ଏବଂ ସମାଜର ସଭାପତି ଓ ସମ୍ପାଦକଙ୍କ ସହିତ ସମ୍ପର୍କ ରକ୍ଷାକରି ସଂଗଠନକୁ ସୁଦୃଢ କରାଯିବା ପ୍ରଭୃତି ସମ୍ପର୍କରେ ଆଲୋଚନା କରାଯାଇଥିଲା । ବୈଠକରେ ବରିଷ୍ଠ ସଦସ୍ୟ ନଳିନୀ ବିହାରୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ଉପ ସାଂଗଠନିକ କମିଟି ଗଠନ କରାଯାଇ ସେଥିରେ ପ୍ରମୋଦ ମହାପାତ୍ର, ମନୋଜ ମହାନ୍ତି, ପ୍ରଶାନ୍ତ ଦାସ, ଜ୍ଞାନରଞ୍ଜନ ମହାନ୍ତି, କୈଳାସ ଚନ୍ଦ୍ର ମହାନ୍ତି, ଶୈଳେନ୍ଦ୍ର ନାଥ ମହାନ୍ତି ଓ ଚିତ୍ତରଞ୍ଜନ ଦାସଙ୍କୁ ସଦସ୍ୟ ଭାବେ ରଖାଗଲା । ଏହି କମିଟି ଜିଲ୍ଲାର ପ୍ରତ୍ୟେକ ବ୍ଲକ ଓ ପୈାରାଚଂଳକୁ ଯାଇ ସେଠାରେ ଆବଶ୍ୟକତାକୁ ଉପଲବ୍ଧି କରି କରଣ ସମାଜର ସଂଗଠନକୁ ମଜଭୁତ କରିବା ପାଇଁ ଦାୟୀତ୍ୱ ପ୍ରଦାନ କରାଗଲା । ଏହି ବୈଠକରେ ରାଜକିଶୋର ମହାନ୍ତି, ପ୍ରବୋଧ କୁମାର ଦାସ, ଆଶାପ୍ରଦିପ ମହାନ୍ତି, ବିଭୁତିଭୂଷଣ ମହାନ୍ତି, ନିରଞ୍ଜନ ମହାନ୍ତି, ସତ୍ୟପ୍ରୀୟ ଦାସ, ଅମୀରମୋହନ ଦାସ, ପ୍ରୀୟରାମ ଦାସ, ପ୍ରମୋଦ କୁମାର ଦାସ, ଅଲେଖ ପ୍ରସାଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଥମେ କରଣ ସମାଜର ପ୍ରତିଷ୍ଠାତା ସଦସ୍ୟ ଦିବଗଂତ ରବିନ୍ଦ୍ର ନାଥ ଦାସଙ୍କ ସ୍ମୃତି ଉଦେଶ୍ୟରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ