ଜିଲ୍ଲା କଳା ଉତ୍ସବରେ ଛାତ୍ରୀର କୃତିତ୍ୱ

ନାଉଗାଁ,(ଓ୍ବାଇଏନ୍ଏସ୍): ମାଧ୍ୟମିକ ବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ ଜଗତସିଂହପୁର ଜିଲ୍ଲା ସ୍ତରୀୟ କଳା ଉତ୍ସବ-୨୦୨୦ ଅବସରରେ ଅନୁଷ୍ଠିତ ଶାସ୍ତ୍ରୀୟ ନୃତ୍ୟ ପ୍ରତିଯୋଗିତାରେ ନାଉଗାଁ ବ୍ଲକ ଅନ୍ତର୍ଗତ ଗୋପବନ୍ଧୁ ସ୍ମାରକୀ ସରକାରୀ ଉଚ୍ଚ ବିଦ୍ୟାଳୟ ତିରୁଣାର ୯ମ ଶ୍ରେଣୀ ଛାତ୍ରୀ ଅଙ୍କିତା ବିଶ୍ୱାଳ କୃତିତ୍ୱ ହାସଲ କରି ଜୋନ ସ୍ତରରୁ ମନୋନିତ ହୋଇଥିବାରୁ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବଂଶୀଧର ଦାସ, ବରିଷ୍ଠ ଶିକ୍ଷକ ତଥା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘର ଜଗତସିଂହପୁରର ସଭାପତି ନିରଂଜନ ମହାନ୍ତିଙ୍କ ସମେତ ବିଦ୍ୟାଳୟ ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ ଓ କର୍ମଚାରୀମାନେ ଛାତ୍ରୀ ଅଙ୍କିତାଙ୍କୁ ଶୁଭେଛା ଜଣାଇବା ସହିତ ଉତ୍କଳର ଶାସ୍ତ୍ରୀୟ ତଥା ପାରମ୍ପାରିକ ନୃତ୍ୟକୁ ପ୍ରୋତ୍ସାହିତ କରିଥିବା ତାଙ୍କର ପିତା ଅକ୍ଷୟ ବିଶ୍ୱାଳ ଓ ମାତା ସସ୍ମିତା ବିଶ୍ୱାଳଙ୍କୁ ସାଧୁବାଦ ଜଣାଇଛନ୍ତି । ଓଡିଶାର ଶାସ୍ତ୍ରୀୟ ତଥା ପାରମ୍ପାରିକ ନୃତ୍ୟ ସହିତ ଶିଶୁ ମାନଙ୍କର ସହ ଶିକ୍ଷା ଭାବରେ ଯୋଗ ଶିକ୍ଷା,କଳା ଶିକ୍ଷାକୁ ଅଗ୍ରାଧିକାର ଦେଉଥିବାରୁ ବିଦ୍ୟାଳୟର ପରିଚାଳନା ସମିତି,ଅଭିଭାବକ, ଶିକ୍ଷକ ସଂଘ ତରଫରୁ ସରକାରଙ୍କୁ ତଥା ଜିଲ୍ଲା ଶିକ୍ଷାଧିକାରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । ଏହି କୃତିତ୍ୱ ପାଇଁ ନାଉଗାଁ ବ୍ଲକ ଓଷ୍ଟାର କାର୍ଯ୍ୟକାରୀ ସଭାପତି ସୁକାନ୍ତ ଲେଙ୍କା, ସଂପାଦକ ହିମାଂଶୁ କୁମାର ମହାନ୍ତି କୃତୀ ଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହିତ ଶୁଭେଛା ଜ୍ଞାପନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ