ଜିଲ୍ଲା କୃଷକ ମହାସଙ୍ଘ ପକ୍ଷରୁ ଚାଷୀ ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଦାବିପତ୍ର
କେନ୍ଦ୍ରାପଡା – କେନ୍ଦ୍ରାପଡା ଜିଲ୍ଲା କୃଷକ ମହାସଙ୍ଘ ପକ୍ଷରୁ ଜିଲ୍ଲା ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଜିଲ୍ଲାର ଚାଷୀମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଏକ ତିନିଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ କେନ୍ଦ୍ରାପଡା ଏକ କୃଷି ପ୍ରଧାନ ଜିଲ୍ଲା ହୋଇଥିବା ବେଳେ ଜିଲ୍ଲାର ମୁଖ୍ୟତଃ ୮୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରିଥାନ୍ତି । ଜିଲ୍ଲାରେ ବିସ୍ତୀର୍ଣ୍ଣ ସମୁଦ୍ର ବେଳାଭୂମି ଥିବା ବେଳେ ଜିଲ୍ଲା ମଧ୍ୟଦେଇ ମହାନଦୀ ଓ ବ୍ରାହ୍ମଣୀ ଭଳି ଦୁଇ ନଦୀ ପ୍ରବାହିତ ହେଉଥିବା ବେଳେ ମାନବ ସମ୍ବଳ ଓ ଜାତୀୟ ରାଜପଥ ଆଦି ଥାଇ ମଧ୍ୟ ସ୍ୱାଧୀନତାର ୭୩ବର୍ଷ ପରେବି ଜିଲ୍ଲାକୁ ରେଳପଥ ସଂଯୋଗୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିନି । କୃଷକ ଦୈନିକ ତ୍ରାହି ତ୍ରାହି ଡାକୁଛି । ଜିଲ୍ଲା କୃଷକ ମହାସଙ୍ଘ ଏସବୁ ସମସ୍ୟାର ସମାଧାନ ପାଇଁ ଉଦ୍ୟମ ରତ ଥିବା ବେଳେ ଚାଷୀ ଓ ଚାଷର ଉନ୍ନତି ପାଇଁ ଧାନ ବୀକ୍ରୟ ପାଇଁ ଟୋକନ ନେଇନଥିବା ଚାଷୀଙ୍କ ଠାରୁ ଧାନ କିଣିବାର ବ୍ୟବସ୍ଥା କରାଯିବା,ଚାଷୀମାନଙ୍କ ଫସଲ ବ୍ୟାପକ ଭାବେ ଷଣ୍ଢ ଓ ମାଙ୍କଡଙ୍କ ଦ୍ୱାରା ନଷ୍ଟ ହେଉଥିବାରୁ ସେମାନଙ୍କୁ ନେଇ ଅଭୟାରଣ୍ୟରେ ଛଡାଯାଉ ନଚେତ ଚାଷୀଙ୍କୁ କ୍ଷତିପୁରଣ ପ୍ରଦାନ କରାଯାଉ ଏବଂ ସରକାରୀ ଉଦ୍ୟମରେ ତୁରନ୍ତ ଶୀତଳଭଣ୍ଡାର ନିର୍ମାଣ କରାଯିବାକୁ ଜିଲ୍ଲା କୃଷକ ମହାସଙ୍ଘ ପକ୍ଷରୁ ସଭାପତି ରମଣୀରଞ୍ଜନ ରାଉତରାୟ ଓ ସମ୍ପାଦକ ସତ୍ୟନାରାୟଣ ଜେନା ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ।


