ଜମାଅର୍ଥ ଫେରିପାଇବା ପାଇଁ ଜିଲ୍ଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡା – କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଓ ଚକ୍ରୋଡା ପଂଚାୟତର ଅତ୍ୟନ୍ତ ଗରୀବ ଲୋକମାନେ ରୋଜଭାଲି ଚିଟଫଣ୍ଡ ସଂସ୍ଥାରେ ଲକ୍ଷାଧିକ ଅର୍ଥ ଜମାକରିଥିଲେ । କିନ୍ତୁ ସେହି ସଂସ୍ଥା ରାତାରାତି ତା’ର ଅଫିସ ବନ୍ଦକରି ଉଭାନ ହୋଇଯିବାରୁ ଗରୀବ, ଦୀନଦରିଦ୍ର ଲୋକମାନେ ସୁଧ ପାଇବାତ ଦୁରର କଥା ସେମାନଙ୍କ ଜମାଅର୍ଥ ମଧ୍ୟ ପାଇପାରିଲେ ନାହିଁ । ଏ ସମ୍ପର୍କରେ ସେମାନେ ପୂର୍ବରୁ ବାରମ୍ବାର ପ୍ରଶାସନର ଦ୍ୱାରସ୍ତ୍ୟ ହୋଇଥିଲେ ମଧ୍ୟ ଅଦ୍ୟାବଧି ସେମାନଙ୍କ ସମସ୍ୟା ସମାଧାନ ହୋଇପାରିନାହିଁ । ତେଣୁ ଜମାକାରୀମାନଙ୍କ ପକ୍ଷରୁ ମଞ୍ଜୁଲତା ସାମଲ, ଜୟନ୍ତୀ ଧଳ, ତ୍ରିଲୋଚନ ଧଳ, ସୁରତୀ ନାୟକ, ରଞ୍ଜିତା ନାୟକ, ଉର୍ମିଳା ନାୟକ, ବିକ୍ରମ ନାୟକ, ବିଜୟ ନାୟକ, ବିଶ୍ୱ ଭୂଷଣ ରାଉତ ପ୍ରମୁଖ ଜନଅଭିଯୋଗ ଶୁଣାଣି ଶିବିରରେ ସାକ୍ଷାତକରି ଅଭିଯୋଗ କରିବା ସହିତ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ