ଜିଲ୍ଲା ପରିଷଦ ପାଇଁ ୨୮ ଜଣ ନାମାଙ୍କନ ଦାଖଲ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ନାମାଙ୍କନ ଦାଖଲର ତୃତୀୟ ଦିନରେ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଙ୍କ କାର୍ଯ୍ୟାଳୟରେ ମୋଟ ୨୮ ଜଣ ଜିଲ୍ଲା ପରିଷଦ ସଭ୍ୟ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ବିଜେଡ଼ି ପକ୍ଷରୁ ୮ କଂଗ୍ରେସର ୭ ଓ ବିଜେପିର ୯ ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ସିପିଏମ ର ୪ଜଣ । ଜିଲାର14 ଟି ଜିଲ୍ଲା ପରିଷଦ ଜୋନ ଯଥା ମୋହନା, ରାୟଗଡ, ଗୁମ୍ମା, ନୁଆଗଡ ଗୋଷାଣୀ ଓ କାଶୀନଗର ବ୍ଳକର ପ୍ରାର୍ଥୀ ନିଜନିଜର ନାମାଙ୍କନ ଆତ୍ର ଦାଖଲ କରିଛନ୍ତି । ନିର୍ବାଚନ କମିଶନଙ୍କ କୋଭଡ କଟକଣାକୁ ଦୃଷ୍ଟିରେ ରଖି ପ୍ରଚାର ପ୍ରସାର ପାଇଁ କେବଳ ସୋସିଆଲ ମିଡ଼ିଆ ଛଡା କୌଣସି ସଭା ସମିତିର ଆୟୋଜନ କରିପାରିବେ ନାହିଁ ପ୍ରାର୍ଥୀ । ତେବେ ଚଳିତ ନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବାକୁ ପ୍ରାର୍ଥୀଙ୍କ ପାଇଁ ବଡ଼ ଚାଲେଞ୍ଜ ହୋଇଛି । ବିଜେପି , ବିଜେଡି ଓ କଂଗ୍ରେସର ଜିଲ୍ଲା ପରିଷଦ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଜାରି ରହିଛି, ଚତୁର୍ଥ ଦିନ ସୁଦ୍ଧା ମୋଟ ୨୮ ଜଣ ପ୍ରାଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିଜେଡି ଦଳର ପ୍ରାର୍ଥୀ ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ମୁଳକ ଯୋଜନାକୁ ପାଥେୟ କରିଥିବା ବେଳେ ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କ ଦୁର୍ବଳତାକୁ ଆଧାର କରି ଭୋଟରଙ୍କ ପାଖକୁ ଯାଇ ଭୋଟ ହାତେଇବେ ବୋଲି ଆଶା ରଖିଛନ୍ତି । ଆସନ୍ତାକାଲି ହେଉଛି ନାମାଙ୍କନ ପ୍ରକିୟା ର ଶେଷ ଦିନ । ତେବେ ଆଗାମୀ ଦିନରେ ନିର୍ବାଚନୀ ରଣାଙ୍ଗନରେ କିଏ ତିଷ୍ଠି ରହୁଛି ତାହା ଯାଞ୍ଚ ପ୍ରକ୍ରିୟା ଶେଷ ପରେ ସ୍ୱଷ୍ଟ ହେବ ।