ଜିଲ୍ଲା ପରିଷଦ ସଭାପତିଙ୍କ କରୋନା ସଚେତନତା
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା ଗୁରୁବାର ପୂର୍ବାହ୍ନରେ ବିଭିନ୍ନ ପଂଚାୟତରେ କରୋନା ଭୂତାଣୁ ସଂକ୍ରମଣ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିଛନ୍ତି । ଜିଲ୍ଲା ପରିଷଦ ସଭାପତି ଶ୍ରୀ ପରିଡା କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚନ୍ଦନପୁର, ସାନମାଣିତିଆ, ଘାଘରା,ନିକିରେଇ ଓ ଢୋଲ ପଂଚାୟତରେ ଘରକୁ ଘର ବୁଲି ଲୋକମାନଙ୍କୁ କରୋନା ସମ୍ପର୍କରେ ସଚେତନ କରିବା ସହିତ ଗରୀବ ଲୋକମାନଙ୍କୁ ସାନିଟାଇଜର, ମାସ୍କ,ଡେଟଲ ସାବୁନ ଓ ବିସ୍କୁଟ ବଂଟନ କରିଥିଲେ । ଶ୍ରୀ ପରିଡାଙ୍କ ସହିତ ସମାଜସେବୀ ରବିନ୍ଦ୍ର କୁମାର ପରିଡା, ଚନ୍ଦନପୁର ପଂଚାୟତର ଦୁର୍ଗାଶିଷ ମହାନ୍ତି, ଘାଘରାର ବଳରାମ ପରିଡା, କୁଞ୍ଜବିହାରି ସ୍ୱାଇଁ, ନିକିରେଇର ବାସୁଦେବ ଜେନା, ଇନ୍ଦୁପୁରର ରାଜ୍ୟ ବିଜେଡି ସମ୍ପାଦକ ଦୁଷ୍ମନ୍ତ କୁମାର ମଲ୍ଲିକ, ଢୋଲ ସରପଂଚ ଝୁନା ମଳିକ, ପୂର୍ବତନ ସରପଂଚ କାର୍ତ୍ତିକ ଚରଣ ପଣ୍ଡା, ସାନମାଣିତିଆ ସରପଂଚ ଜୟ ପ୍ରକାଶ ଗିରି, ସୁଲେଖ ସାହୁ, ପଂଚାୟତ ବିଜେଡି ସଭାପତି ଅକ୍ଷୟ କୁମାର ବିଶ୍ୱାଳ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।