ଜିଲ୍ଲା ପରିଷଦ ସଭାପତିଙ୍କ କରୋନା ସଚେତନତା
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା ରବିବାର ପୂର୍ବାହ୍ନରେ ବିଭିନ୍ନ ପଂଚାୟତରେ କରୋନା ଭୂତାଣୁ ସଂକ୍ରମଣ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିଛନ୍ତି । ଜିଲ୍ଲା ପରିଷଦ ସଭାପତି ଶ୍ରୀ ପରିଡା କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗାଙ୍ଗପଡା ପଂଚାୟତର ପୋଇପାଟ ଓ ବାରୋ ପଂଚାୟତର କଳାମାଟିଆ ଓ କୋରୋ ପଂଚାୟତର ପାଳକଣା ଗ୍ରାମରେ ଘରକୁ ଘର ବୁଲି ଗରୀବ ଓ ଭିନ୍ନକ୍ଷମ ଲୋକମାନଙ୍କୁ କରୋନା ସଂକ୍ରମଣ ସମ୍ପର୍କରେ ସଚେତନ କରିବା ସହିତ ସେମାନଙ୍କୁ ସାନିଟାଇଜର, ମାସ୍କ ଓ ଡେଟଲ ସାବୁନ ପ୍ରଭୃତି ବଂଟନ କରିଥିଲେ ।